କେଶ ସହ ଜଡ଼ିତ ବହୁ ସମସ୍ୟାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ
ବର୍ତ୍ତମାନ ସମୟରେ କେଶ ଜନିତ ବିଭିନ୍ନ ସମସ୍ୟା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର ଏକ କାରଣ ପାଲଟିଛି। ପୁରୁଷ ହୁଅନ୍ତୁ ଅଥବା ମହିଳା କେଶ ପାଇଁ ସଭିଏଁ ଚିନ୍ତିତ । ବର୍ତ୍ତମାନ ସମୟରେ କମ ବୟସରେ କେଶର ରଙ୍ଗ ଧଳା ହେବା ଯୁବପିଢୀଙ୍କ ବିଭିନ୍ନ ସମସ୍ୟାରୁ ଏକ ମୁଖ୍ୟ ସମସ୍ୟା ଅଟେ। ଧଳା କେଶକୁ କଳା ରଙ୍ଗ କରିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କଳା ରଙ୍ଗର ବ୍ୟବହାର ମଧ୍ୟ କରିଥାଆନ୍ତି। ମାତ୍ର ଏଥିରେ ଥିବା କେମିକାଲ କାରଣରୁ ଏହା କେଶ ପାଇଁ କ୍ଷତିକାରକ ହୋଇଥାଏ। କେଶ ଉପୁଡ଼ିବା, ଶୁଷ୍କ ହେବା ଭଳି ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର ଏକ ଘରୋଇ ଉପାୟରେ କେଶ ପାଇଁ ରଙ୍ଗ ପ୍ରସ୍ତୁତ କରି ଏହାକୁ ଲଗାଇବା ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହ କୌଣସି କ୍ଷତି ହୋଇନଥାଏ। ଜାଣନ୍ତୁ ଏହା ବିଷୟରେ….
କେଶରେ ଥିବା ରୂପି ସମସ୍ୟା ଓ କେଶକୁ କଳା ରଙ୍ଗ କରିବା ପାଇଁ ଆପଣ ପିଜୁଳିର ପତ୍ର ବ୍ୟବହାର କରନ୍ତୁ। ପିଜୁଳିର ପତ୍ର ସହ ଲେମ୍ବୁ ରସ ମିଶାଇ ଲଗାଇବା ଉତ୍ତମ ଅଟେ। କେଶ ପାଇଁ କିଭଳି ଏହାକୁ ପ୍ରସ୍ତୁତ କରିବେ ଜାଣନ୍ତୁ….
୧୫ରୁ ୨୦ଟି ପିଜୁଳିର ପତ୍ରକୁ ପେଷି ପାଉଡ଼ର ପ୍ରସ୍ତୁତ କରନ୍ତୁ। ଏହି ପାଉଡ଼ରରେ ୨ରୁ ୩ ବୁନ୍ଦା ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏବେ ଏହାକୁ ୨୦ ମିନିଟ କେଶରେ ଲଗାଇ ରଖିଦିଅନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ।
ସେହିଭଳି ପିଜୁଳିର ପତ୍ର ସହ ଭୁସଙ୍ଗପତ୍ରର ବ୍ୟବହାର କରିବା ଦ୍ୱାରା ମଧ୍ୟ କେଶର ରଙ୍ଗ କଳା କରିଥାଏ। ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ହେଉଛି, ୭ରୁ ୮ଟି ପିଜୁଳି ପତ୍ର ସହ ଏକ ମୁଠା ଭୁସଙ୍ଗ ପତ୍ର ମିଶାଇ ଏହାକୁ ପାଣିରେ ପକାଇ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏହି ପାଣିକୁ ଥଣ୍ଡା କରି ଏହାକୁ କେଶରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ କେଶକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶର ରଙ୍ଗ କଳା ହୋଇଥାଏ।
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇଁ ….
ପିଜୁଳି ପତ୍ରର ଗୁଣ୍ଡ ସହ ଅଁଳା ତେଲକୁ ମିଶାଇ ଏହାକୁ କେଶ ମୂଳରେ ଲଗାନ୍ତୁ। ଲଗାଇବାର ୩୦ ମିନିଟ ପରେ ସାମ୍ପୁରେ କେଶକୁ ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।
Comments are closed.