ଝରକା ଭାଙ୍ଗି ସୁନା ଗହଣା ଚୋରି ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ ଓ ତାଙ୍କ ଘରେ ଭଡାରେ ରହୁଥିବା ଶିକ୍ଷୟିତ୍ରୀ କୃଷ୍ଣା କୁମାରୀ ନାୟକଙ୍କ ଘରୁ ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ  ଘରର ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ ହୋଇଥିବା ତୁରୁମୁଙ୍ଗା ଥାନାରେ ପୃଥକ୍ ପୃଥକ୍ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦୁର୍ଯ୍ୟୋଧନ ସାହୁଙ୍କ ଘରର ପ୍ରବେଶ ପଥର ଗେଟ୍ ଓ ଝରକା ଭାଙ୍ଗି ଘରେ ପଶିବା ପରେ ଗୋଟିଏ ସୁନା ହାର , ଗୋଟିଏ ମୁଦି, ୨ପଟ ସୁନାଚୁଡି , କାନଫୁଲ, ରୁପା ପାଉଁଜି ଓ ନଗଦ ୧୫ହଜାର ଟଙ୍କା ନେଇଯାଇଛି । ସେହିପରି ଶିକ୍ଷୟିତ୍ରୀ କୃଷ୍ଣା କୁମାରୀ ଛୁଟିରେ ବାରିପଦା ଯାଇଥିବା ସୁଯୋଗ ନେଇ ଚୋର ଶିକ୍ଷୟିତ୍ରୀଙ୍କ ଭଡ଼ା ଘରୁ କବାଟ ଭାଙ୍ଗି ଗଡରେଜରେ ଥିବା ୨ଟି ସୁନା ପଦକ, ହଳେ କାନଫୁଲ ଓ ନଗଦ ୧୨ହଜାର ଟଙ୍କା ନେଇଯାଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିବା ବେଳେ ତୁରୁମୁଙ୍ଗା ପୁଲିସ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Comments are closed.