୧୦ ରାଜ୍ୟରେ ନିର୍ମାଣ ହେବ ୪୦୭୨ ମୋବାଇଲ ଟାୱାର

0

ନୂଆଦିଲ୍ଲୀ : ଦେଶର ମାଓ ପ୍ରବଣ ଅଞ୍ଚଳ ଗୁଡ଼ିକରେ ମୋବାଇଲ ସେବା ଯୋଗାଇ ଦେବା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୧୦ଟି ରାଜ୍ୟର ୯୬ଟି ଜିଲାର ୪୦୭୨ଟି ମୋବାଇଲ ଟାୱାର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିରେ ଓଡ଼ିଶାର ୧୦ଟି ଜିଲାରେ ୪୮୩ଟି ମୋବାଇଲ ଟାୱାର ନିର୍ମାଣ କରାଯିବ। ୟୁନିଭରସାଲ ସର୍ଭର୍ିସ ଓବ୍‌ଲିଗେସନ ଫଣ୍ଡ(ୟୁଏସଓଏଫ) ମାଧ୍ୟମରେ ମୋବାଇଲ ଟାୱାର ନିର୍ମାଣରେ ସମୁଦାୟ ୭,୩୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଦଶଟି ରାଜ୍ୟର ୯୬ଟି ଜିଲାରେ ୪୦୭୨ଟି ମୋବାଇଲ ଟାୱାର ନିର୍ମାଣ କରାଯାଇ ମୋବାଇଲ ସେବା ଯୋଗାଇ ଦିଆଯିବ। କେନ୍ଦ୍ର ଗୃହ ମନ୍ତ୍ରାଣଳୟ ପକ୍ଷରୁ ମାଓବାଦ ପ୍ରଭାବିତ ରାଜ୍ୟ ସରକାରଙ୍କ ସହଯୋଗରେ ମୋବାଇଲ ଟାୱାର ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ଯୋଜନାରେ ଓଡ଼ିଶାର ୧୮ଟି ଜିଲାରେ ୪୮୩ଟି ମୋବାଇଲ ଟାୱାର ସ୍ଥାପନ କରାଯିବ। ପଡ଼ୋଶୀ ଝାଡ଼ଖଣ୍ଡରେ ୧୦୫୪ଟି ଏବଂ ଛତିଶଗଡ଼ରେ ୧୦୨୮ଟି ମୋବାଇଲ ଟାୱାର ନିର୍ମାଣ କରାଯିବ। ସେହିପରି ଆନ୍ଧ୍ର ପ୍ରଦେଶରେ ୪୨୯ଟି, ବିହାରରେ ୪୧୨ଟି, ପଶ୍ଚିମବଙ୍ଗରେ ୨୦୭ଟି, ଉତ୍ତରପ୍ରଦେଶରେ ୧୭୯ଟି, ତେଲେଙ୍ଗାନରେ ୧୧୮ଟି ଏବଂ ମଧ୍ୟପ୍ରଦେଶରେ ୨୬ଟି ମୋବାଇଲ ଟାୱାର ନିର୍ମାଣର ଯୋଜନା ଅଛି। ଏଲଓବ୍ଲୁ୍ୟଇ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆବଶ୍ୟକତା ଅନୁଯାୟୀ ୨ଜି ଏବଂ ୪ଜି ମୋବାଇଲ ସେବା ପ୍ରଦାନ କରାଯିବ। ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରସ୍ତାବିତ ମୋବାଇଲ ଟାୱାରରୁ ଉଭୟ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ଜନତା ଲାଭବାନ ହୋଇପାରିବେ।

Leave A Reply