www.samajalive.in
Sunday, December 14, 2025
16.1 C
Bhubaneswar

ଲୋକସଭାରେ ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ କହିଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ୍‌ସେଙ୍କୁ ପୁଣି ଥରେ ଦେଶଭକ୍ତ ବୋଲି କହିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ଭୋପାଳରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରଜ୍ଞା ସିଂହ ଠାକୁର ଲୋକସଭାରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ଲୋକସଭାରେ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ(ଏସପିଜି) ସଂଶୋଧନ ବିଧେୟକ ଉପସ୍ଥାପନ କରିଥିଲେ। ଏହା ଉପରେ ଆଲୋଚନା ଚାଲିଥିଲା। ଡିଏମକେ ସାଂସଦ ଏ. ରାଜା ବିଧେୟକ ଉପରେ ନିଜର ମନ୍ତବ୍ୟ ଦେଉଥିଲେ। ଏ. ରାଜା ଗୋଡ୍‌ସେଙ୍କ ଏକ ମନ୍ତବ୍ୟ ଉପସ୍ଥାପନ କରିଥିଲେ, ଯେଉଁଥିରେ ଗୋଡ୍‌ସେ କହିଥିଲେ ଯେ ସେ ଗାନ୍ଧିଜୀଙ୍କୁ କାହିଁକି ହତ୍ୟା କରିଥିଲେ। ଏହି ସମୟରେ ପ୍ରଜ୍ଞା ଠାକୁର ହସ୍ତକ୍ଷେପ କରି କହିଥିଲେ ଯେ, ଆପଣ ଜଣେ ଦେଶଭକ୍ତର ଉଦାହରଣ ଦେଇପାରିବେ ନାହିଁ। ପ୍ରଜ୍ଞାଙ୍କ ଏପରି ମନ୍ତବ୍ୟ ପରେ ଲୋକସଭାରେ ହଙ୍ଗାମା ହୋଇଥିଲା। ପରେ ତାଙ୍କ ମନ୍ତବ୍ୟକୁ ଗୃହ କାର୍ଯ୍ୟରୁ ବାଦ୍‌ ଦିଆଯାଇଥିଲା। ତେବେ ପ୍ରଜ୍ଞାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ବିଜେପି ମୁଖପାତ୍ର ଜି.ଭି.ଏଲ. ନରସିହ୍ମା ଗଣମାଧ୍ୟମ ଆଗରେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories