www.samajalive.in
Saturday, December 13, 2025
23.1 C
Bhubaneswar

ଅଦରକାରୀ ଭାବି ଫୋପାଡ଼ି ଦେଉଥିବା ଏହି ଚୋପା ତ୍ୱଚାର ସୁନ୍ଦରତାକୁ କରେ ଦ୍ୱିଗୁଣିତ

ତ୍ୱଚାକୁ ସୁନ୍ଦର କରିବା ପାଇଁ ସଭିଏଁ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ବହୁ କ୍ରିମ, ଫେସ ପ୍ୟାକର ମଧ୍ୟ ବ୍ୟବହାର କରିଥାଆନ୍ତି। ଫଳ ଖାଇବା ତ୍ୱଚା ପାଇଁ ଖୁବ ହିତକାରକ ବୋଲି ଶୁଣିଥିବେ, ବିଭିନ୍ନ ଫଳ ମଧ୍ୟରୁ ଡ଼ାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ଖାଇବା ପରେ ଆମେ ସାଧାରଣତଃ ଏହାର ଚୋପାକୁ ପକାଇ ଦେଇଥାଉ। ମାତ୍ର ଅଦରକାରୀ ଭାବି ଫୋପାଡ଼ି ଦେଉଥିବା ଏହି ଚୋପା ତ୍ୱଚାର ସୁନ୍ଦରତାକୁ ଯେ ଦ୍ୱିଗୁଣିତ କରି ଦିଏ, ତାହା ହୁଏତ ଆପଣ ଜାଣି ନଥିବେ। ଜାଣନ୍ତୁ ଏହା ବିଷୟରେ ….
ଡ଼ାଳିମ୍ବର ଚୋପାରେ ବହୁ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଭରପୁର ମାତ୍ରାରେ ରହିଛି। ଏହାର ଚୋପାର ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ତ୍ୱଚାକୁ ବିଭିନ୍ନ ପ୍ରକାର ସକ୍ରମଣରୁ ରକ୍ଷା କରିପାରିବା। ଏହି ଫେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ଡ଼ାଳିମ୍ବର ଚୋପାକୁ ଶୁଖାଇ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ।
ତ୍ୱଚାରେ ଥିବା ବିଭିନ୍ନ ଦାଗକୁ ଦୂର କରିବା ପାଇଁ ଡାଳିମ୍ବର ମଞ୍ଜିକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏଥିରେ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ଯାଏଁ ଛାଡ଼ି ଦିଅନ୍ତୁ। ଶୁଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ।
ଡ଼ାଳିମ୍ବ ଚୋପାର ମାସ୍କ ଲଗାଇବା ଦ୍ୱାରା ମୁହଁର ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ। ମୁହଁକୁ ସୁନ୍ଦର ଓ ଉଜ୍ଜ୍ୱଳ କରିଥାଏ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories