ଆଜିକାଲି ପ୍ରଦୂଷଣର ସ୍ତର ବହୁ ମାତ୍ରାରେ ବଢ଼ିଚାଲିଛି। ଫଳରେ ଅନେକ ରୋଗ ହେବା ସହିତ ତ୍ୱଚା ମଧ୍ୟ ଖୁବ୍ ପ୍ରଭାବିତ ହେଉଛି। ବିଶେଷ କରି ପୁରୁଷମାନେ ଏହି ପ୍ରଦୂଷଣ କାରଣରୁ ଅଧିକ ପ୍ରଭାବିତ ହେଉଛନ୍ତି। କାରଣ ସେମାନେ ଅଧିକାଂଶ ସମୟ ବାଇକ୍ ଚଲାଉଛନ୍ତି ଏବଂ ସେମାନେ ନିଜ ତ୍ବଚା ପ୍ରତି ଏତେଟା ଧ୍ୟାନ ମଧ୍ୟ ଦେଇ ନ ଥାଆନ୍ତି। ଏହି କାରଣରୁ ପୁରୁଷଙ୍କ ତ୍ୱଚାରେ ଉଜ୍ଜ୍ୱଳତା ଏବଂ ନମନୀୟତା ହ୍ରାସ ପାଉଛି। ତେବେ ଆଜି ଆମେ ଖାସ୍ ପୁରୁଷମାନଙ୍କ ତ୍ବଚା ସୁରକ୍ଷା ପାଇଁ କିଛି ଖାସ୍ ଉପାୟ ନେଇ ଆସିଛୁ। ଏହାକୁ ଆପଣାଇବା ଦ୍ବାରା ପୁରୁଷମାନଙ୍କ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହେବା ସହ ତ୍ବଚାରେ ଚମକ ଆସିବ। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –
-ତ୍ୱଚାର ଯତ୍ନ ନେବାକୁ ହେଲେ ପ୍ରଥମେ ତ୍ୱଚାରେ ଥିବା ଧୂଳି, ମଇଳାକୁ ହଟାଇବା ଜରୁରୀ ହୋଇଥାଏ। ଏଥିପାଇଁ ତ୍ୱଚାକୁ ସ୍କ୍ରବ୍ କରିବା ନିହାତି ଆବଶ୍ୟକ। ସ୍କ୍ରବ୍ କରିବା ଦ୍ୱାରା ଆପଣଙ୍କ ତ୍ୱଚା ସଫା ଏବଂ କୋମଳ ହେବ। ଉଚିତ୍ ବ୍ୟବଧାନରେ ସପ୍ତାହକୁ ୪-୫ ଥର ସ୍କ୍ରବ୍ କରିବା ଉଚିତ୍।
-ନିଜକୁ ଷ୍ଟାଇଲିସ୍ ବନାଇବା ପାଇଁ ନିଜ ଦାଢ଼ିର ଖାସ୍ ଯତ୍ନ ନେବା ଆବଶ୍ୟକ। ନଚେତ କୁଣ୍ଡେଇ ହେବା ସହିତ ଆହୁରି ଅନେକ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଦାଢ଼ିକୁ ଶାମ୍ପୋ କିମ୍ବା ଫେସଓ୍ଵାସ୍ ଦ୍ୱାରା ସଫା କରିବା ଉଚିତ।
-ପ୍ରତିଦିନ ଶୋଇବା ପୂର୍ବରୁ କିମ୍ବା ଗାଧୋଇବା ପରେ ଅଳ୍ପ ମଶ୍ଚରାଇଜର ବ୍ୟବହାର କରିବା ଜରୁରୀ। ଏହାଦ୍ୱାରା ତ୍ୱଚାର ନମନୀୟତା କମି ନଥାଏ ଏବଂ ଏହା ଦ୍ୱାରା ଆପଣ ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବେ।
-ଚେହେରାକୁ ଅଧିକ ଧୋଇଲେ ତ୍ୱଚା ଶୁଷ୍କ ହୋଇଯାଏ। ଏଥିପାଇଁ ଚେହେରାକୁ ଦିନରେ ଥରେ କିମ୍ବା ଦୁଇ ଥର ଫେସ୍ୱାଶ୍ରେ ଧୋଇବା ଉଚିତ। ଚେହେରାକୁ ସଫା କରିବା ସମୟରେ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ ଏହାଦ୍ୱାରା ତ୍ୱଚା ଆହୁରି ଶୁଷ୍କ ହୋଇଯାଇଥାଏ। ଥଣ୍ଡା ପାଣି କିମ୍ବା ହାଲକା ଉଷୁମ ପାଣିର ବ୍ୟବହାର କରିପାରିବେ।
-ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମୀ ତ୍ୱଚା ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ୱାରା ତ୍ୱଚାର ରଙ୍ଗ ମଳିନ ହେବାକୁ ଲାଗିଥାଏ ଏବଂ ପ୍ରାକୃତିକ ସୁନ୍ଦରତା ହଜିଯାଏ। ତେଣୁ ଖରାକୁ ବାହାରିବା ପୂର୍ବରୁ ସନସ୍କ୍ରିନ ବ୍ୟବହାର କରନ୍ତୁ।
-ପ୍ରତିଦିନ ପ୍ରାୟ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ କଞ୍ଚା କ୍ଷୀରରେ ଚେହୋରାକୁ ସଫା କରନ୍ତୁ। ସେଭିଂ କରିବା ପରେ ଅଲିଭ୍ ଅଏଲ କିମ୍ବା ଆଲମଣ୍ଡ ଅୟଲ ୫ ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ମାଲିସ କରନ୍ତୁ।
-ପୁରୁଷମାନେ ଅଧିକ ଥର ସେଭିଂ କରିବା ଦ୍ୱାରା ସମସ୍ୟା ହୋଇଥାଏ କାରଣ ଏହାଦ୍ୱାରା ତ୍ୱଚା କଠିନ ତଥା ଶୁଷ୍କ ହୋଇଯାଇଥାଏ। ଏଥିପାଇଁ ସେଭିଂ ପୂର୍ବରୁ ଲେମ୍ବୁ ରସ କିମ୍ବା ସେଭିଂ ଜେଲ ଲଗାନ୍ତୁ। ଏହାଦ୍ୱାରା ତ୍ୱଚା ଖରାପ ହୋଇନଥାଏ।



