www.samajalive.in
Saturday, December 6, 2025
14.1 C
Bhubaneswar

ରେଲ ଡବାରୁ ମିଳିଲା ଶିଶୁପୁତ୍ରର ମୃତଦେହ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ଓ୍ଵାସିଙ୍ଗ ଲାଇନରେ ଛିଡା ହୋଇଥିବା ଜାମ୍ମୁତାଇ ଏକ୍ସପ୍ରେସର ଶେଷ ଡବାରୁ ଏକ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ମୃତ ଶିଶୁଟିର ବୟସ ପ୍ରାୟ ଦୁଇ ରୁ ତିନି ମାସ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଶୁକ୍ରବାର ସକାଳୁ ଟ୍ରେନଟି ସମ୍ବଲପୁର ପହଁଞ୍ଚିବା ପରେ ଓ୍ଵାସିଙ୍ଗ ଲାଇନକୁ ଯାଇଥିଲା। ସେଠାରେ ସଫେଇ କର୍ମଚାରୀ ମାନେ ଶିଶୁ ମୃତଦେହ ଦେଖିବାକୁ ପାଇଥିଲେ। ଶିଶୁର ମୃତଦେହଟି ଟ୍ରେନ ସୌଚାଳୟରେ ପଡିଥିବା ଦେଖିବାକୁ ମିଲିଛି। ତେବେ ଟ୍ରେନ ଭିତରେ ମୃତଦେହଟି କିପରି ଆସିଲା, କିଏ ରଖିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ସମ୍ବଲପୁରରେ ଘିଟିଛି କିମ୍ବା ଅନ୍ୟ କେଉଁ ସ୍ଥାନରେ ଘଟିଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସମ୍ବଲପୁର ଜିଆରପି ପୁଲିସ ଓ ଆରପିଏଫ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏହା ସହିତ ଘଟଣାସ୍ଥଳକୁ ରେଳ ବିଭାଗର ଏକ ମେଡିକାଲ ଦଳ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories