www.samajalive.in
Monday, December 15, 2025
16.1 C
Bhubaneswar

ବସ୍‌ରେ ଗେଣ୍ଡା ଚାଲାଣ; କଲକାତା ନିଆଯାଉଥିବା ଶତାଧିକ ବସ୍ତା ଗେଣ୍ଡା ଜବତ କଲା ପୁଲିସ, ୫ ଅଟକ

ବାଲେଶ୍ଵର: ବାଲେଶ୍ଵର ଜିଲା ଖନ୍ତାପଡ଼ା ପୁଲିସ ଏକ ଗେଣ୍ଡା ଚାଲାଣକାରୀ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଭଦ୍ରକ ଜିଲା ଧାମରାରୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ବସ୍‌ ଯୋଗେ କଲକାତା ଚାଲାଣ ବେଳେ ଶହ ଶହ ବସ୍ତା ଗେଣ୍ଡା ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ୨ଟି ବସ୍‌କୁ ବି ଜବତ କରିବା ସହି ୫ ଜଣଙ୍କୁ ଅଟକ ରଖିଛି। ଔଷଧ ପ୍ରସ୍ତୁତିରେ ବ୍ୟବହାର ଲାଗି ଏହି ଗେଣ୍ଡା ଚାଲାଣ କରାଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ରାତ୍ରକାଳୀନ ବସ୍‌ରେ ବିଳମ୍ବିତ ରାତିରେ ଗେଣ୍ଡା ଚାଲାଣ ହେଉଥିବା ନେଇ ପୁଲିସକୁ ଖବର ମିଳିବା ପରେ ପୁଲିସ ଶେରଗଡ଼ ଟୋଲଗେଟ ନିକଟରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ୨ଟି ଯାତ୍ରୀବାହୀ ବସରେ ଯାତ୍ରୀ ନ ଥିବାବେଳେ ଭିତରେ ଏବଂ ଛାତ ଉପରେ ଏକାଧିକ ବସ୍ତା ରଖାଯାଇଥିବା ଦେଖାଯାଇଥିଲା। ବସ୍ତାଗୁଡ଼ିକୁ ଖୋଲିବାରୁ ସେଥିରେ ଗେଣ୍ଡା ରହିଥିବା ଦେଖିବାକୁ ମିଳିଥିଲା। ପୁଲିସ ୫ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories