ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ହାଜତରୁ ଜଣେ ବିଚାରାଧିନ କଏଦୀ ଫେରାର ହୋଇଯାଇଛି। ଫେରାର କଏଦୀ ଜଣକ ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ପଠାନଗୁଡା ଗ୍ରାମର ଅରୁଣ ହରିଜନ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସେ ପୂର୍ବରୁ ତିନିଟି ମାମଲାରେ ସାମିଲ ଥିବା ଓ ଗତ ଏକ ମାସ ହେଲା ଜେଲରୁ ବେଲରେ ଆସିଥିଲେ। ରବିବାର ନବରଙ୍ଗପୁର ପୁଲିସ ପୁଣି ଥରେ ତାଙ୍କୁ ଗିରଫ କରି ପାପଡ଼ାହାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲା। ମାତ୍ର ରାତିରେ ପରିସ୍ରା ଯିବି କହି ଅରୁଣ ଫେରାର ହୋଇଯାଇଥିଲେ। ରବିବାର ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।



