www.samajalive.in
Sunday, December 7, 2025
26.1 C
Bhubaneswar

ଆରଟିଆଇ ଆଇନ ପରିସରଭୁକ୍ତ ହେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏବଂ ତାଙ୍କ କାର୍ଯ୍ୟାଳୟ ସୂଚନା ଆଇଧିକାର(ଆରଟିଆଇ) ଆଇନ ପରିସରଭୁକ୍ତ ହୋଇଛି। ସୁପ୍ରିମକୋର୍ଟ ବୁଧବାର ଏ ନେଇ ରାୟ ଦେଇଛନ୍ତି। ଦେଶର ପ୍ରଧାନ ବିଚାରପତି(ସିଜେଆଇ) ଏବଂ ତାଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ବୋଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କହିଛନ୍ତି। ୨୦୧୦ ଜାନୁୟାରୀରେ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇ ସିଜେଆଇ ପଦବୀ ସୂଚନା ଅଧିକାର ଆଇନ ଅଧୀନରେ ଆସିବା ଉଚିତ ବୋଲି କହିଥିଲେ। ଏହି ରାୟ ବିରୋଧରେ ସୁପ୍ରିମକୋର୍ଟର ମହାସଚିବ ଏବଂ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିଶନ ଦାଖଲ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ବିଜାରପି ଏନ.ବି. ରମନା, ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସଞ୍ଜୀନ ଖାନ୍ନାଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଗତ ଏପ୍ରିଲରେ ଏହି ପିଟିଶନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ବୁଧବାର ଖଣ୍ଡପୀଠ ନିଜର ରାୟ ଶୁଣାଇଛନ୍ତି। ପାରଦର୍ଶିତା ନାମରେ ଏକ ସଂସ୍ଥାକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୭ ନଭେମ୍ବରରେ ଆରଟିଆଇ କାର୍ଯ୍ୟକର୍ତ୍ତା ସୁଭାଷ ଚନ୍ଦ୍ର ଅଗ୍ରୱାଲ ସୁପ୍ରିମକୋର୍ଟରେ ଏକ ଆରଟିଆଇ ପିଟିଶନ ଦାଖଲ କରି ବିଚାରପତିମାନଙ୍କ ସମ୍ପତ୍ତି ବିଷୟରେ ତଥ୍ୟ ମାଗିଥିଲେ। କିନ୍ତୁ ତାଙ୍କୁ ତଥ୍ୟ ପ୍ରଦାନ କରାଯାଇ ନ ଥିଲା।

- Advertisement -

ଏହା ପରେ ଅଗ୍ରୱାଲ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସିଜେଆଇଙ୍କ କାର୍ଯ୍ୟାଳୟ ଆଇନ ଅଧୀନରେ ଆସୁଛି ବୋଲି ସିଆଇସି ଦର୍ଶାଇବା ସହିତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାଳୟକୁ କହିଥିଲେ। ସିଆଇସିଙ୍କ ଏହି ଆଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ବି ସିଆଇସିଙ୍କ ଆଦେଶକୁ କାଏମ ରଖିଥିଲେ। ଏହା ପରେ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories