www.samajalive.in
Saturday, December 13, 2025
26.1 C
Bhubaneswar

ପିଏମସି ବ୍ୟାଙ୍କ ଦୁର୍ନୀତି ମାମଲା – ଦୁଇଜଣ ଅଡିଟର ଗିରଫ 

ନୂଆଦିଲ୍ଲୀ: ୪ ହଜାର ୩୫୫ କୋଟି ଟଙ୍କା ସମ୍ବଳିତ ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ଦୁଇଜଣ ଅଡିଟରଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ୍‍ ଅର୍ଥନୈତିକ ଅପରାଧ ଶାଖା ସେମାନଙ୍କୁ ଗିରଫ କରିଛି। କର୍ମକର୍ତ୍ତାମାନଙ୍କ କହିବା ଅନୁଯାୟୀ ଜୟେଶ ସାଂଘାନି ଓ କେତନ ଲକଡୱାଲା ନାମକ ସେହି ଦୁଇଜଣ ବ୍ୟକ୍ତି ଏହି ବ୍ୟାଙ୍କ ଦୁର୍ନୀତି ସମୟରେ ଅଡିଟର ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କରେ ଘଟିଥିବା ଅନିୟମିତତାରେ ସେମାନେ କିଛି ବଡ଼ ଅଫିସରଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇଥିବାର ସନ୍ଦେହ କରାଯାଉଛି। ଦୁର୍ନୀତିର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍‍ ଅର୍ଥନୈତିକ ଅପରାଧ ଶାଖା କିଛି ଅଭିଯୁକ୍ତ ଓ ଏଚ୍‍.ଡି.ଆଇ.ଏଲ୍‍ ଗ୍ରୁପ୍‍ ମଧ୍ୟରେ ଷଡ଼ଯନ୍ତ୍ର ହୋଇଥିବାର ସନ୍ଦେହ କରୁଛି।

ଏ ସମ୍ବନ୍ଧୀୟ ଆଉ ଏକ ଘଟଣାକ୍ରମରେ ପି.ଏମ୍‍.ସି. ବ୍ୟାଙ୍କର ଦୁଇଜଣ ନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ମୁମ୍ବାଇର ଏକ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ପରମିତ ସୋଢ଼ି ଓ ସୂରଜିତ ସିଂ ନାରଙ୍ଗ ଜାମିନ ପାଇଁ ଆବେଦନ କରିଥିଲେ। ଅତିରିକ୍ତ ସେସନ୍ସ ଜଜ୍‍ ସେମାନଙ୍କୁ ହାଜତରେ ରଖି ଜେରା କରାଯିବା ଆବଶ୍ୟକ ବୋଲି ଦର୍ଶାଇ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏଚ୍‍.ଡି.ଆଇ.ଏଲ୍‍ ଗ୍ରୁପକୁ ପି.ଏମ୍‍.ସି. ବ୍ୟାଙ୍କରୁ ଦିଆଯାଇଥିବା ଋଣ ବିଷୟରେ ସେମାନେ କିଛି ଜାଣିନାହାନ୍ତି ବୋଲି ନାରଙ୍ଗ ଓ ସୋଢ଼ି ଦାବି କରିଥିଲେ। ପି.ଏମ୍‍.ସି ବ୍ୟାଙ୍କର ପ୍ରାୟ ୪୦୦ ଗ୍ରାହକ ଗତକାଲି ମୁମ୍ବାଇ ପୁଲିସ୍‍ କମିଶନର ସଞ୍ଜୟ ବାର୍ବେଙ୍କୁ ଭେଟି ରିଜର୍ଭ ବ୍ୟାଙ୍କର କଟକଣା ପରେ ସେମାନେ ଭୋଗ କରୁଥିବା ଅସୁବିଧା ବିଷୟରେ ତାଙ୍କୁ ଜଣାଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories