www.samajalive.in
Saturday, December 13, 2025
26.1 C
Bhubaneswar

ପବିତ୍ର ରାହାସ ପୂର୍ଣ୍ଣିମାରେ ଆଖଣ୍ଡଳମଣିଙ୍କ ହରଗୈାରୀ ବେଶ ଦର୍ଶନ କଲେ ୩୦ହଜାର ଭକ୍ତ

ଆରଡି : ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରାଜ୍ୟର ଅନ୍ୟତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା । ମଣିବାବାଙ୍କ ହରଗୈାରୀ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ୩୦ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ ଅଗଣିତ ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ସହ ଜିଲା ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ପୀଠରେ ମନ୍ଦିରର ଦୈନଦିନ ନୀତିନିର୍ଘ୍ୟଣ୍ଟର ସାମନ୍ୟ ପରିବର୍ତ୍ତନ କରାଯାଇ ଏକଘଣ୍ଟା ପୂର୍ବରୁ ଅର୍ଥାତ ରାତ୍ର ସାଢେ ୩ଟାରେ ମନ୍ଦିର ଦ୍ୱାର ଫିଟା ହେବା ପରେ ଅନୁଷ୍ଠିତ ହୋଇଥିଲା ରାହସ ପୂର୍ଣ୍ଣିମାର ନୀତିକାନ୍ତି ପହିଲି ନୀତିକାନ୍ତି ଅନୁଯାୟୀ ଭୋର ୪ଟାରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ଆଦି କରାଯିବା ସହିତ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହୁଲୁ ବାଲ୍ୟଭୋଗ ଓ ଖେଚୁଡି ନୀତି(ବଢାଭାତ)ଲାଗି କରାଯାଇଥିଲା। ସକାଳ ୫ଟା ଠାରୁ ଦିବା ୧ଟା ପର୍ଯ୍ୟନ୍ତ ସାହଣ ମେଲା ରହିବା ସହିତ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ ଓ ପର୍ଯ୍ୟଟକମାନେ ଦର୍ଶନ ଓ ମାନସିକ ସ୍ୱରୁପ ପ୍ରସିଦ୍ଧ ଘର୍ଷଣଭୋଗ ଲାଗି କରିଥିଲେ। ଏପରିକି ଶ୍ରଦ୍ଧାଳୁଭକ୍ତମାନଙ୍କ ହରିବୋଲ-ହୁଳହୁଳି ଓ ସଂକିର୍ତ୍ତନମଣ୍ଡଳୀଙ୍କ ନାଚ-ଗୀତରେ ସମଗ୍ର ଆରଡିପୀଠ କମ୍ପି ଉଠିଥିଲା ମନ୍ଦିର ପରିସର ଦିବା ୧ଟା ସୁଧା ସମସ୍ତ ସକାଳ ଧୂପ ସରିବା ପରେ ମଣିବାବାଙ୍କୁ ପଞ୍ଚୁକ ନୀତି ଅବସରରେ ପଞ୍ଚାନନ ବେଶ କରାଯାଇ ବଡନୀତିଭୋଗ ଲାଗି କରାଯାଇ ଏକଘଣ୍ଟା ଅବକାଶନୀତି(ଶୟନ) କରାଯାଇଥିଲା। ଅନ୍ୟପଟେ ଏକମାସ ହଭିଷ ବ୍ରତରେ ଥିବା ହଭିଷାଳିମାନେ ମଣିବାବଙ୍କୁ ପହିଲି ଦର୍ଶନ କରିବା ସହିତ ମଣିବାବଙ୍କ ଶିବଗଙ୍ଗା ପୁଷ୍କରିଣୀ ଓ ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ଚନ୍ଦନ ପୁଷ୍କରିଣୀରେ ଡଙ୍ଗା ଭସାଇଥିଲେ।

ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ବିଭିନ୍ନ ଅଳଙ୍କାର ସମେତ ଫୁଲ, ଚନ୍ଦନ, ବେଲପତ୍ର ଆଦିରେ ଆଖଣ୍ଡଳମଣିଙ୍କୁ “ହର”ଓ ମାତା ପାର୍ବତୀଙ୍କୁ “ଗୈାରୀ”ବେଶରେ ସଜ୍ଜିତ କରାଯିବା ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା। ମଣିବାବାଙ୍କର ଏହି ‘ହରଗୈାରୀ’ବେଶ ବର୍ଷକରେ ଥରେ ହୋଇଥିବାରୁ ହରଗଗୌରୀଙ୍କ ଯୁଗଳ ମୂର୍ତ୍ତୀ ଏହି ଦିନରେ ଭକ୍ତମାନେ ଦର୍ଶନ କରିଥାନ୍ତି। ଦର୍ଶନ ନିମନ୍ତେ ବହୁ ଭକ୍ତ ମାନସିକ ରଖିଥାନ୍ତି। ଏହି ବେଶ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଭକ୍ତଙ୍କ ବଶ୍ୱାସ ରହିଛି।

- Advertisement -

ଶ୍ରଦ୍ଧାଳୁ ଭକ୍ତମାନଙ୍କର ଦର୍ଶନ ଓ ମାନସିକ ପୂଜା ନିମନ୍ତେ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ ସିଂ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ଠାରୁ ନଦୀ ଘାଟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।  ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଆସି ମଣିବାବାଙ୍କୁ ଦର୍ଶନ କରିବେ ସେଥିପାଇଁ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ଛାତ୍ରଛାତ୍ରୀଙ୍କ ଦ୍ୱାରା ସେବା ଯୋଗାଇ ଦିଆଇଥିଲା। ଏନଏସଏସ ଛାତଛାତ୍ରୀମାନେ ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ସହିତ, ଭିଡ ନିୟନ୍ତ୍ରଣ କରାଇଥିଲେ।  ଏହି ଛାତ୍ରଛାତ୍ରୀମାନେ ପୀଠର ପରିବେଶକୁ ସଫାସୁତରା ରଖିବା ସହ ମୁଖ୍ୟ ବଜାର ସହ ବେଢା ଚତୁଃପାର୍ଶ୍ବରେ ଅଳିଆବର୍ଜନା ସଫେଇ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories