www.samajalive.in
Thursday, December 11, 2025
14.1 C
Bhubaneswar

ସରକାରଙ୍କ ନୋଟିସର ଜବାବ ଦେଲା ହ୍ବାଟ୍ସଆପ୍‌: ସ୍ପାଏୱେର ଆକ୍ରମଣ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଥିଲା

ନୂଆଦିଲ୍ଲୀ: ଭାରତୀୟଙ୍କ ଉପରେ ଇସ୍ରାଏଲ ସ୍ପାଏୱେର ପେଗାସସ୍‌ ଗୁଇନ୍ଦା ନଜର ରଖିବା ନେଇ ଭାରତ ସରକାରଙ୍କୁ ଅବଗତ କରାଯାଇଥିଲା ବୋଲି ହ୍ବାଟ୍ସଆପ୍‌ କହିଛି। ପେଗାସସ୍‌ ଦ୍ବାରା ୧୨୧ ଭାରତୀୟଙ୍କ ୟୁଜର୍ସଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍ କରାଯାଇଥିବା ନେଇ ସରକାରଙ୍କୁ ସୂଚନା ଦିଆଯାଇଥିଲା। ତେବେ ହ୍ବାଟ୍ସଆପ୍‌ର ଏହି ସତର୍କ ସୂଚନା ଯଥେଷ୍ଟ ନଥିଲା ବୋଲି ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କହିଛି। ପେଗାସସ୍‌ ସ୍ପାଏୱେର ଭାରତୀୟ ନାଗରିକଙ୍କ ଉପରେ ଗୁଇନ୍ଦା କାର୍ଯ୍ୟ କରିବା ନେଇ ଭାରତ ସରକାର ହ୍ବାଟ୍ସଆପ୍‌ ଠାରୁ ଜବାବ ଲୋଡିଥିଲା। ନୋଟିସ ଉପରେ ଜବାବ ଦେଇ ହ୍ବାଟ୍ସଆପ୍ କହିଛି ଯେ ଇସ୍ରାଏଲ ସ୍ପାଏୱେର ସମ୍ପର୍କରେ ସରକାରଙ୍କୁ ସେପ୍ଟେମ୍ବରରେ ଅବଗତ କରାଯାଇଥିଲା। ଏହି ଗୁଇନ୍ଦା କାର୍ଯ୍ୟ ନେଇ ଇସ୍ରାଏଲର ଏନଏସଓ ଗ୍ରୁପ୍ ବିରୋଧରେ ହ୍ବାଟ୍ସଆପ୍ ଆମେରିକା ଅଦାଲତରେ ମାମଲା ରୁଜୁ କରିଛି। ୪ଟି ଦେଶର ୧୪୦୦ ୟୁଜର୍ସଙ୍କ ହ୍ବାଟ୍ସଆପ୍‌କୁ ହ୍ୟାକ କରାଯାଇଥିବା ଅଭିଯୋଗ ହୋଇଛି। ହ୍ବାଟ୍ସଆପ୍‌ର ଜବାବ ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ସରକାର କହିଛନ୍ତି ଯେ ଜବାବ ଉପରେ ତର୍ଜମା କରାଯାଉଛି। ଭାରତୀୟ ୟୁଜର୍ସଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍ କରାଯିବା ଘଟଣା ଉଦ୍‌ବେଗର ବିଷୟ ବୋଲି କଂଗ୍ରେସ ନେତା ତଥା ସ୍ବରାଷ୍ଟ୍ର ବିଭାଗ ସଂସଦୀୟ ଷ୍ଟାଣ୍ଡିଂକମିଟି ଅଧ୍ୟକ୍ଷ ଆନନ୍ଦ ଶର୍ମା କହିଛନ୍ତି। ନଭେମ୍ବର ୧୫ରେ କମିଟି ବୈଠକରେ ଏହି ପ୍ରସଙ୍ଗ ଆଲୋଚନା କରାଯିବ ବୋଲି ଶର୍ମା କହିଛନ୍ତି। ଏହା ଜାମ୍ମୁ-କାଶ୍ମୀର ପରିସ୍ଥିତି ବାବଦରେ ସ୍ବରାଷ୍ଟ୍ର ସଚିବ କମିଟିକୁ ଅବଗତ କରାଇବେ। ସେହିପରି ସୂଚନା ଓ ପ୍ରଯୁକ୍ତି ବିଭାଗ ସଂସଦୀୟ କମିଟିରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି। ସାଇବର ସୁରକ୍ଷା ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ। ତେଣୁ ଏହା ଉପରେ କମିଟି ନିଶ୍ଚିତ ଆଲୋଚନା କରିବ।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories