www.samajalive.in
Monday, December 8, 2025
13.1 C
Bhubaneswar

ଭୁବନେଶ୍ବରରେ ପ୍ରୋ- ହକି ଲିଗ୍‌: ଜାନୁଆରୀରେ ଖେଳାଯିବ ୮ ମ୍ୟାଚ୍‌

ଭୁବନେଶ୍ବର: କ୍ରୀଡ଼ା ରାଜଧାନୀ ଭୁବନେଶ୍ବରରେ ସଫଳତାର ସହିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ହକି ମ୍ୟାଚ୍‌ ସଫଳତାର ସହିତ ଶେଷ ହୋଇଛି। ଘରୋଇ ଭାରତୀୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି। ଗୋଟିଏ ପରେ ଗୋଟିଏ ହକି ପ୍ରତିଯୋଗିତାକୁ ସଫଳତାର ସହିତ ପରିଚାଳନା କରିବାରେ ସିଦ୍ଧିହସ୍ତ ଓଡ଼ିଶାକୁ ଆଉ ଏକ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଆୟୋଜନ ନେଇ ସୁଯୋଗ ମିଳିଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ବାରା ପରିଚାଳିତ ପ୍ରୋ- ହକି ଲିଗ୍ ପୁରୁଷ ମ୍ୟାଚ୍‌ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ଆସନ୍ତା ୨୦୨୦ ଜାନୁଆରୀରେ ଉକ୍ତ ମ୍ୟାଚ ଖେଳାଯିବ। ଏଠାରେ ମୋଟ ୮ଟି ଲିଗ୍‌ ମ୍ୟାଚ୍‌ ଖେଳିବ। ଜାନୁଆରୀ ୧୮ ଓ ୧୯​‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ନେଦରଲାଣ୍ଡ୍‌ସ ବିପକ୍ଷରେ ଖେଳିବା ନେଇ ଚୂଡାନ୍ତ ହୋଇଥିବାବେଳେ ଅନ୍ୟ ୬ଟି ମ୍ୟାଚ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ। କଳିଙ୍ଗ ଷ୍ଟାଡ଼ିୟମ ବିଶ୍ବର ଏକ ପ୍ରମୁଖ ହକି ଗ୍ରାଉଣ୍ଡର ମାନ୍ୟତା ପାଇଥିବାବେଳେ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ହକିକୁ ନେଇ ମଧ୍ୟ ଢେର ଉତ୍ସାହ ସୃଷ୍ଟି ହେଉଛି। ତୃଣମୂଳସ୍ତରରୁ ହକିର ପ୍ରତିଭା ଅନ୍ବେଷଣ ସହ ହକି ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଗୋଟିଏ ପରେ ଗୋଟିଏ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ସଫଳ ହୋ ଇଚାଲିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟସ ପୁରସ୍କାର ମଧ୍ୟ ମିଳିଛି। ଓଡ଼ିଶାର ହକି ଉତ୍ସାହ ଦେଖି ହକି ଇଣ୍ଡିଆ ଓ ଏଫ୍‌ଆଇଏଚ୍‌ ପକ୍ଷରୁ ​‌ କଳିଙ୍ଗ ଷ୍ଟାଡ଼ିୟମରେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନର ସୁଯୋଗ ମିଳୁଛି । ଏ ନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ କହିଛନ୍ତି ଏଫ୍‌ଆଇଏଚ୍‌ ପକ୍ଷରୁ ଆସନ୍ତା ଜାନୁଆରୀରେ କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍‌ଆଇଏଚ୍‌ ପ୍ରୋ- ହକି ଲିଗ୍‌ ମ୍ୟାଚ ଖେଳାଯିବ। ଏଠାରେ ମୋଟ ୮ଟି ମ୍ୟାଚ୍‌ ଭାରତ ଖେଳିବ। ଭାରତ ଜାନୁଆରୀ ୧୮ ଓ ୧୯ରେ ନେଦରଲାଣ୍ଡସ୍‌ ବିପକ୍ଷରେ ଖେଳିବ।
କଳିଙ୍ଗରେ ପ୍ରୋ- ହକି ଲିଗ୍‌ ମ୍ୟାଚ ଖେଳାଯିବା ନେଇ ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ଧ୍ରୁବ ବାତ୍ରାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ବୋଲି ସଚିବ ଶ୍ରୀ ଦେବ କହିଛନ୍ତି। କଳିଙ୍ଗ ଷ୍ଟାଡ଼ିୟମରେ ୨୦୧୪​‌ରେ ଚମ୍ପିଆନ୍ସ ଟ୍ରଫି ହକି, ୨୦୧୭ ଡିସେମ୍ବରରେ ବିଶ୍ବ ହକି ଲିଗ୍‌ ଫାଇନାଲ୍‌ସ, ୨୦୧୮ରେ ହକି ବିଶ୍ବକପ , ୨୦୧୯ରେ ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌ ଓ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ହକି ସଫଳତାର ପରେ ଓଡ଼ିଶା ହକିପ୍ରେମୀ ୩ ମାସ ପରେ ଆଉ ଏକ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଦେଖିବାକୁ ପାଇବେ। ସୂଚନାଯୋଗ୍ୟ ଯେ, ଏଫ୍‌ଆଇଏଚ୍‌ ପକ୍ଷରୁ ପ୍ରୋ-ଲିଗ୍‌ ହକି ପ୍ରତିଯୋଗିତା ଆୟୋଜିତ ହେଉଛି। ଏଥିରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିନିଧିତ୍ବ କରୁଛି। ଉକ୍ତ ପ୍ରତିଯୋଗିତା ୨୦୨୦ ଟୋକିଓ ଅଲିମ୍ପିକ୍‌ସ ପୂର୍ବରୁ ଭାରତ ପାଇଁ ପ୍ରସ୍ତୁତିରେ ସହାୟକ ହେବ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories