www.samajalive.in
Thursday, December 11, 2025
13.1 C
Bhubaneswar

ବଢ଼ିଲା ପାଇକାରୀ ଦର : ଆହୁରି ମହଙ୍ଗା ହେବ ଆଳୁ, ପିଆଜ ଦର

ଭୁବନେଶ୍ୱର: ଦିନକୁ ଦିନ ମହଙ୍ଗା ହେଉଛି ଆଳୁ ଏବଂ ପିଆଜ ଭଳି ଅତ୍ୟାବଶ୍ୟକ ସମଗ୍ରୀ ଦର। ଆଗକୁ ଦରବୃଦ୍ଧିରୁ ଗ୍ରାହକଙ୍କୁ ନିସ୍ତାର ମିଳିବା ସମ୍ଭାବନା କମ୍‌। ବଜାରରେ ବର୍ତ୍ତମାନ ଆଳୁ ଓ ପିଆଜ ଦର ଯାହା ରହିଛି ଏଥିରେ ଖାଉଟି ଅତିଷ୍ଠ । ଯୋଗାଣ ସ୍ବାଭାବିକ ରହୁ ନ ଥିବା ଯୋଗୁ ଏହି ଦୁଇ ସାମଗ୍ରୀର ଦର ବୃଦ୍ଧି ଘଟୁଛି । ଫଳରେ ବଜାରରେ ଏବେ ଆଳୁ କିଲୋ ପିଛା ୨୨ ଟଙ୍କା ଏବଂ ପିଆଜ ୬୦ ଟଙ୍କାରେ ବିକ୍ରି ହେଉଛି । ରବିବାର ପାଇକାରୀ ବଜାରରେ ହୋଇଥିବା ଦର ବୃଦ୍ଧି ଆଗକୁ ଖାଉଟିଙ୍କ ଉପରେ ବେଡି ଉପରେ ​‌କୋରଡା ମାଡ ସଦୃଶ ହେବ । ଖାଲି ଆଳୁ ଓ ପିଆଜ କାହିଁକି ବଜାରରେ ଅଦା ରସୁଣର ଦର ଯାହା ରହିଛି ତାହା ଖାଉଟିଙ୍କୁ ବେଶ ବାଧିଲାଣି। ଆଗକୁ ଦର ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ​‌ତେଣୁ ସରକାର ତୁୁରନ୍ତ ଏହିସବୁ ସାମଗ୍ରୀର ଦର ନିୟନ୍ତ୍ରଣ କ୍ଷେତ୍ରରେ ବିଧିବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ସର୍ବସାଧାରଣ​‌ରେ ଦାବି ହେଉଛି।
ସମ୍ପ୍ରତି କାର୍ତ୍ତିକରେ ଖୁଚୁରା ବଜାରରେ ଆଳୁ ଏବଂ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି। ଖୋଲା ବଜାରରେ ଆଳୁ କିଲୋ ପିଛା ୨୨ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ପାଇକାରୀ ବଜାରରେ ଏହା କ୍ବିଣ୍ଟାଲ ପିଛା ୧୬୦୦ ଟଙ୍କାରୁ ୧୬୫୦ ଟଙ୍କା ରହିଛି । ଦୁଇ ଦିନ ତଳେ ପାଇକାରୀ ବଜାରରେ ଆଳୁ କ୍ବିଣ୍ଟାଲ ପିଛା ଦର ୧୪୦୦ରୁ ୧୫୦୦ ଟଙ୍କା ଥିଲା। ବର୍ତ୍ତମାନ ଦର କ୍ବିଣ୍ଟାଲ ପିଛା ୧୫୦ରୁ ୨୦୦ ଟଙ୍କା ବୃଦ୍ଧି ଘଟିଛି। ସେହିଭଳି ଖୁଚୁରା ବଜାରରେ ପିଆଜ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି, ଯେତେବେଳେ କି ପାଇକାରୀ ବଜାରରେ ଏହାର ଦର କ୍ବିଣ୍ଟାଲ ପିଛା​‌​‌ ୪୫୦୦ରୁ ୫୦୦୦ ଟଙ୍କା ମଧ୍ୟରେ ରହିଛି । ବିଗତ ଦୁଇ ଦିନ ହେବ ରାଜଧାନୀରେ ପିଆଜ କିଲୋ ପିଛା ଦର ୫୦ରୁ ୫୫ ଟଙ୍କା ରହିଥିଲା, ସେତେବେଳେ ପାଇକାରୀ ବଜାରରେ ଏହା କ୍ବିଣ୍ଟାଲ ପିଛା ୩୨୦୦ରୁ ୩୫୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା । ଏହି ଦୁଇରୁ ତିନି ଦିନ ମଧ୍ୟରେ ପାଇକାରୀ ବଜାରରେ ପିଆଜ କ୍ବିଣ୍ଟାଲ ପିଛା ୧୦୦୦ରୁ ୧୫୦୦ ଟଙ୍କା ବୃଦ୍ଧି ଘଟିଛି । ଏଭଳି ଦରବୃଦ୍ଧିର ସିଧାସଳଖ ପ୍ରଭାବ ଖୁବଶୀଘ୍ର ଖୁଚୁରା ବଜାର ଉପରେ ପଡିବାକୁ ଯାଉଛି। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କୁହନ୍ତି, ମହାରାଷ୍ଟ୍ର​‌ରେ ବର୍ଷା ଏବଂ ପଶ୍ଚିମବଙ୍ଗରେ କାଳୀପୂଜା ପାଇଁ ଆଳୁ ଓ ପିଆଜ ଯୋଗାଣ ପ୍ରଭାବିତ ହୋଇଛି। ଏହାଛଡା ଆସାମ ଏବଂ ଉତ୍ତର ପ୍ରଦେଶରେ ବନ୍ୟା ଯୋଗୁ ପଶ୍ଚିମବଙ୍ଗରୁ ସେଠାକୁ ଅଧିକ ଆଳୁ ଯୋଗାଣ ହୋଇଛି। ଡିସେମ୍ବର ଶେଷ ଏବଂ ଜାନୁଆରୀ ପ୍ରଥମ ସପ୍ତାହ ବେଳକୁ ବଜାରକୁ ନୂଆ ଆଳୁ ଆସିଯିବ। ​‌ସେ ପର୍ଯ୍ୟନ୍ତ ମାସକ ପାଇଁ ପର୍ଯ୍ୟାପ୍ତ ଆଳୁ ମହଜୁଦ ନ ଥିବାରୁ ବଜାରରେ ଏଭଳି ଦର ବୃଦ୍ଧି ଘଟୁଛି।
କୁବେରପୁରୀ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ରଙ୍କ କହିଛନ୍ତି ଯେ, ରବିବାର ରାଜ୍ୟର ଅନ୍ୟତମ ପ୍ରମୁଖ ପାଇକାରୀ ବଜାର ଆଇଗିଣିଆକୁ ୨୦ ଟ୍ରକ ଅର୍ଥାତ୍‌ ପାଖାପାଖି ୨୦ ଟନ୍‌ ଆଳୁ ଏବଂ ୧୪ ଟ୍ରକ ପିଆଜ ଆସିଛି। ଦୁଇ ତିନି ଦିନ ତଳେ ଏଠାକୁ ଦିନକୁ ୧୦-୧୨ ଟ୍ରକ ଆଳୁ ଏବଂ ୧୦ ଟ୍ରକ ପିଆଜ ଆସିଥିଲା। ଯୋଗାଣ କମିବାରୁ ଏବେ ଦର ଉଚ୍ଚା ହୋଇଛି। ପାଇକାରୀ ବଜାର ସହ ଖୁଚୁରା ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଉପରେ ବଜାର ବି​‌ଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ରିଟେଲ ବଜାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅବ୍ୟବସ୍ଥା ମଧ୍ୟ ଦେଇ ଚାଲୁଛି। ସରକାର ଏହାକୁ ବ୍ୟବସ୍ଥିତ କରିବା ଜରୁରୀ, ନଚେତ୍‌ ବର୍ଷର ଅଧିକାଂଶ ସମୟ ଏଭଳି ଦରବୃଦ୍ଧି ଜନିତ ସମସ୍ୟା ଦେଖାଦେବ। ଖାଲି ଆଳୁ ଓ ପିଆଜ କାହିଁକି ବଜାରରେ ବର୍ତ୍ତମାନ ଅଦା ଓ ରସୁଣର ଦର ଢେର ଉଚ୍ଚା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories