www.samajalive.in
Friday, December 12, 2025
14.1 C
Bhubaneswar

ସୋମବାର ରାଶିଫଳ

ମେଷ: ପାରିବାରିକ ଜଞ୍ଜାଳ ବଢ଼ିପାରେ। ସମ୍ମାନିତ ହେବେ। ନୀରୋଗ ହୋଇପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ସରକାରୀ ଧନ ମିଳିପାରେ। ଗୃହ ପରିବେଶ ଠିକ୍‍ ରହିବ। କୀର୍ତ୍ତିମାନ୍‍ ହେବେ। ଗୁଣଜ୍ଞ ହେବେ।
ବୃଷ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଧନବାନ୍‍ ହେବେ। ସ୍ତ୍ରୀ ମୋହନକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଉଦ୍ୟୋଗୀ ହୋଇପାରନ୍ତି।
ମିଥୁନ: ଗୁରୁଜନଙ୍କ ପାଇଁ କଷ୍ଟ ସହିପାରନ୍ତି। ବ୍ୟବସାୟରୁ ଲାଭ ପାଇ ସନ୍ତୁଷ୍ଟ ହେବେ। ପ୍ରତିହିଂସା ପରାୟଣ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ଜଳଯାତ୍ରା ନ କରିବା ଭଲ।
କର୍କଟ: ୠୁରୁଜନଙ୍କ ସ୍ନେହର ପାତ୍ର ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବନ୍ଧୁ ସହାୟତା ପାଇ ନିଜ ବ୍ୟବସାୟକୁ ତ୍ୱରାନ୍ୱିତ କରିବେ। ସେବା ମନୋଭାବ ଗ୍ରହଣ କରିବେ। ଦୁଃଖୀ-ରଙ୍କୀଙ୍କ ପୋଷକ ହୋଇପାରନ୍ତି। ଉତ୍ତମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ।
ସିଂହ: ନିଜକୁ ନିଜେ ସାନ୍ତ୍ୱନା ଦେବେ। କୌଣସି କାର୍ଯ୍ୟକ୍ରମରେ ଭାଗ ନ ନେଇ ନୀରବ ଭାବ ପ୍ରଦର୍ଶନ କରିପାରନ୍ତି। ଭାଇମାନଙ୍କ ସହିତ ଥିବା ମନୋମାଳିନ୍ୟର ଅନ୍ତ ଘଟିବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ମିଳିବ। ଶତ୍ରୁ ଦମନ କରିପାରନ୍ତି।
କନ୍ୟା: ବୁଦ୍ଧି ପ୍ରୟୋଗ କରି ଲାଭବାନ୍‍ ହେବେ। ନିରବରେ କିଛି ଚିନ୍ତା କରିପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ବହୁଧନରେ ଅଧିକାରୀ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ।
ତୁଳା: ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ବାଦ-ବିବାଦରେ ବିଜୟୀ ହେବେ। କୃଷିକର୍ମ ପାଇଁ ତତ୍ପର ହୋଇପାରନ୍ତି। ଯାନବାହନ ସୁଖ ପାଇପାରନ୍ତି। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ। ଶିକ୍ଷାରେ ଅଗ୍ରଣୀ ହେବେ।
ବିଛା: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। କାର୍ଯ୍ୟର ସଫଳତା ଲାଭ କରିବେ। ସକଳ ଗୁଣର ଆଧାର ହେବେ। ସୁଖଭୋଗ କରିପାରନ୍ତି। କାବ୍ୟଶାସ୍ତ୍ର ରଚନା କରିପାରନ୍ତି। ବିବାଦରେ ବିଜୟୀ ହେବେ।
ଧନୁ: ମନରେ ଉଦ୍‍ବେଗ ଜାତ ହୋଇପାରେ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇ ପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ମିଳିପାରେ। ଅନୁଚରଯୁକ୍ତ ହୋଇପାରନ୍ତି। ଶକ୍ତିମାନ୍‍ ହେବେ।
ମକର: ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି। ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଧନବାନ୍‍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହେବେ। ତାରୁଣ୍ୟ ରୂପର ଅଧିକାରୀ ହେବେ। ସୁସ୍ୱାଦୁ ଭୋଜନ ମିଳିବ।
କୁମ୍ଭ: ସତ୍‍ ପ୍ରେରଣା ପାଇପାରନ୍ତି। ସ୍ନେହସ୍ପଦ ବ୍ୟବହାର କରି ଅଧସ୍ତନଙ୍କ ପୂଜ୍ୟ ହୋଇ ପାରନ୍ତି। ଧର୍ମ ଜାଗରଣ ପାଇଁ ବ୍ୟୟ କରିପାରନ୍ତି। ଅଧିକ କ୍ଷମତା ପାଇ ତା’ର ସଦ୍‍ବ୍ୟବହାର କରିବେ। ସଂଗ୍ରାମୀ ମନୋଭାବର ହେବେ।
ମୀନ: ଦୂରବନ୍ଧୁଙ୍କ ସହାୟତା ମିଳିବ। ନୂତନ ଦ୍ରବ୍ୟ କ୍ରୟ କରି ଖୁସି ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ପାଇପାରନ୍ତି। କୀର୍ତ୍ତିମାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। ସୁସ୍ଥ ରହିବେ। ପ୍ରସନ୍ନତା ଲାଭ କରିବେ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories