www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରିୟଙ୍କା ଓ ମମତାଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍‌ କରାଯାଇଛି, ବିଜେପିର ହାତ ଥିବା କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ହ୍ୟାକ ଘଟଣାକୁ ନେଇ ରବିବାର କଂଗ୍ରେସ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଉପରେ ଦୋଷ ଲଦିଛି। କେବଳ କଂଗ୍ରେସ ନୁହେଁ, ଟିଏମସି ମଧ୍ୟ ବିଜେପି ସରକାରକୁ ଏହି ଘଟଣା ପାଇଁ ଦାୟୀ କରିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ହ୍ବାଟ୍ସଆପ ପକ୍ଷରୁ  ସ୍ପାଇୱେର ମେସେଜ ପଠାଯାଇଛି। ଯେଉଁ ଫୋନକୁ ହ୍ବାଟ୍ସଆପରେ ଏହି ସ୍ପାଇୱେର ମେସେଜ ଆସିଛି ସେସବୁ ହ୍ୟାକ ହୋଇଛି। ତେଣୁ ପ୍ରିୟଙ୍କାଙ୍କ ଫୋନ୍‌କୁ ବି ହ୍ୟାକ୍‌ କରାଯାଇଛି। ମୋଦୀ ସରକାର ଏହାର ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ସେ ଆହୁରି କହିଛନ୍ତି, ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫୋନ ମଧ୍ୟ ହ୍ୟାକ୍‌ କରାଯାଇଛି। ସରକାର ବିରୋଧୀ ଦଳ ଉପରେ ନଜର ରଖିଛି କି ? ସରକାର କ’ଣ ବିରୋଧୀଙ୍କଠାରୁ ରାଜନୈତିକ ତଥ୍ୟ ସଂଗ୍ରହ କରିବାକୁ ଏପରି କରିଛନ୍ତି କି ବୋଲି ସୁରଜେୱାଲା ପ୍ରଶ୍ନ କରିଛନ୍ତି। ବିଜେପି ସରକାର ଏବଂ ତାଙ୍କ ସଂସ୍ଥାଗୁଡ଼ିକ ଇସ୍ରାଏଲର ଏନଏସଓର ଏକ ସଫ୍ଟୱେର ବ୍ୟବହାର କରି ରାଜନେତା, ସାମ୍ବାଦିକ, ସାମାଜିକ କର୍ମୀ, ଶିକ୍ଷାବିତଙ୍କ ଫୋନ ହ୍ୟାକ୍‌ କରାଇଛି। ଏହି ପରିପ୍ରେକ୍ଷୀରେ ସେ ବିଜେପିକୁ ଭାରତୀୟ ଜାସୁସ ପାର୍ଟି ବୋଲି ସମ୍ବୋଧନ କରି କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନ ସମୟରେ ପେଗାସେସ ସ୍ପାଇୱେର ଜରିଆରେ ଫୋନ ଟ୍ୟାପ୍‌ କରାଯାଇଛି ଏବଂ ସରକାର ଏସବୁ ବିଷୟରେ ଜାଣିଥିଲେ। ସରକାର ଗତ ମେ ମାସରୁ ଏହା ଜାଣିଥିଲେ। ହ୍ବାଟ୍ସଆପ ପକ୍ଷରୁ ସରକାରଙ୍କୁ ଏ ନେଇ ଅବଗତ କରାଯାଇଥିଲା। କିନ୍ତୁ ସରକାର ଚୁପ୍‌ ରହିବା ରହସ୍ୟଜନକ ବୋଲି ସେ କହିଛନ୍ତି।

- Advertisement -

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ବିଜେପି ଉପରେ ସାଙ୍ଘାତିକ ଅଭିଯୋଗ କରିବା ସହିତ ତାଙ୍କ ଫୋନକୁ କେନ୍ଦ୍ର ସରକାର ଟ୍ୟାପ୍‌ କରିଛନ୍ତି ଏବଂ ଏ ନେଇ ତାଙ୍କ ପାଖରେ ପ୍ରମାଣ ରହିଛି ବୋଲି ଦାବି କରିଛନ୍ତି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories