ବିକ୍ରମର ଦ୍ବିତୀୟ ଅବତରଣ ପାଇଁ କାମ ଚାଲିଛି: ଶିବନ
ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣ ପାଇଁ ଦ୍ବିତୀୟ ପ୍ରୟାସ ଆରମ୍ଭ ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ ଶିବନ ଶନିବାର କହିଛନ୍ତି। ଆଇଆଇଟି ଦିଲ୍ଲୀର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶିବନ କହିଛନ୍ତି ଯେ ବିକ୍ରମ ଲ୍ୟାଣ୍ଡରର ପ୍ରଥମ ଅବତରଣ ବିଫଳ ହେବା ପରେ ଦ୍ବିତୀୟ ପ୍ରୟାସ ଆରମ୍ଭ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଆମେ ଆମର ଜ୍ଞାନକୌଶଳର ପ୍ରମାଣ ଦେବାକୁ ଚାହୁଁ। ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣରେ ବିଫଳ ହୋଇଥିଲା। ସେପ୍ଟେମ୍ବର ୭ ବିଳମ୍ବିତ ରାତିରେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରାଇବାକୁ ଇସ୍ରୋ ବୈଜ୍ଞାନିକମାନେ ଉଦ୍ୟମ କରିଥିଲେ। ତେବେ ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଉଚ୍ଚରେ ଥିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।
Comments are closed.