ବିଜେବି ସାମ୍ବାଦିକତା ବିଭାଗ ପକ୍ଷରୁ ‘ସଚ୍ଚୋଟତା-ଜୀବନର ଏକ ପଥ’ ଆଲୋଚନାଚକ୍ର

ଭୁବନେଶ୍ୱର: ବିଜେବି କଲେଜ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଶନିବାର ‘ସଚ୍ଚୋଟତାଜୀବନର ଏକ ପଥ’ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଦୁର୍ନୀତି ନିବାରଣ ବିଭାଗ(ଭିଜିଲାନ୍ସ) ପକ୍ଷରୁ ପାଳନ କରାଯାଉଥିବା ଦୁର୍ନୀତି ନିବାରଣ ସପ୍ତାହର ବିଷୟ ବସ୍ତୁ ରହିଥିବା ‘ସଚ୍ଚୋଟତା –ଜୀବନର ଏକ ପଥ’ ବିଷୟରେ ହିଁ ଆଲୋଚନା କରାଯାଇଥିଲା।  ଏହି ଆଲୋଚନା ଚକ୍ରରେ  ବିଭାଗର ମୁଖ୍ୟ ଡ଼.ନଳୀନି ପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ତାଙ୍କ ବକ୍ତବ୍ୟରେ ସଚ୍ଚୋଟତାକୁ ପାଥେଇ କରି ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ସୁପ୍ରଭା ପଟ୍ଟନାୟକ, ସାମାଜିକ କର୍ମୀ ମଧୁସୂଦନ ଦାଶ, ସାମ୍ବାଦିକତା ବିଭାଗର ସଂଯୋଜକ ମଧୁସୂଦନ ମିଶ୍ର ଏବଂ ଅଧ୍ୟାପିକା ରାଜଲକ୍ଷ୍ମୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ।  ଭବିଷ୍ୟତରେ ଆଗକୁ ବଢିବାରେ ଏବଂ ଜୀବନର ପଥରେ ଚାଲିବାକୁ ହେଲେ ଆମ ସମସ୍ତଙ୍କୁ ସଚ୍ଚୋଟତାକୁ ଆପଣେଇବାକୁ ପଡିବ। ଯୁବ ପିଢିମାନେ ସମାଜରେ ଆଗକୁ ବଢିବା ପାଇଁ ସଚ୍ଚୋଟତାକୁ ପାଥେଇ କରି ନିଜ ଜୀବନ ପଥ ଅତିକ୍ରମ କରିବେ ତାହା ହିଁ ହେବ ଜାତିରପିତା ମାହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କ ୧୫୦ ତମ ଜୟନ୍ତିର ପ୍ରକୃତ ଶ୍ରଦ୍ଧ୍ରାଞ୍ଜଳୀ ହେବ ବୋଲି ସାମାଜିକ କର୍ମୀ ମଧୁସୂଦନ ଦାଶ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ସାମ୍ବାଦିକତା ବିଭାଗର ସଂଯୋଜକ ମଧୁସୁଦନ ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ସଠିକ ଓ ନିର୍ଭୁଲ ଖବର ପ୍ରକାଶ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଆଲୋଚନାଚକ୍ରର ଶେଷରେ ବିଭାଗର ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

 

 

kalyan agarbati

Comments are closed.