ମାଓ ଦମନ ଅଭିଯାନ : ମାଲକାନଗିରିରେ ଡିଜିଙ୍କ ସମୀକ୍ଷା ବୈଠକ

ମାଲକାନଗିରି : ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଶନିବାର ମାଲକାନଗିରି ଜିଲା ଗସ୍ତ କରିଛନ୍ତି । ମାଲକାନଗିରି ଜିଲା ପୁଲିସ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲାରେରେ କିଭଳି ମାଓ ଦମନ ଅଭିଯାନ ଚାଲିଛି ସେ ସମ୍ପର୍କରେ ଅବଗତ ହୋଇ ଆଗାମୀ ଦିନରେ ଏହାକୁ ଜୋର୍‍ଦାର କରିବାକୁ ପରାମର୍ଶ ଦେଇଛନ୍ତି। ଯବାନମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ପୁଲିସ ବିଏସ୍‍ଏଫ୍‍ ଓ ଡିଭିଏଫ୍‍ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କହିଛନ୍ତି। ଏହାସହ ମୋ ସରକାର କାର୍ଯ୍ୟାକ୍ରମ ମ୍ପର୍କରେ ପୁଲିସ ଅଧିକାରୀଙ୍କୁ ବୁଝାଇଥିଲେ। ଏଥିରେ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେଇଥିଲେ।

kalyan agarbati

Comments are closed.