www.samajalive.in
Saturday, December 6, 2025
14.1 C
Bhubaneswar

ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ – ସିଟ ଅଛି କିନ୍ତୁ ସୁଯୋଗ ନାହିଁ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ନିଷ୍ପତ୍ତିକୁ ରାଜ୍ୟର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିବା ବେଳେ ରାଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ବିଭିନ୍ନ କାରଣ ପାଇଁ ନାମ ନ ଲେଖାଇ ପାରିବା ଯୋଗୁ ମନସ୍ତାପରେ ରହିଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ରାଜ୍ୟରେ ଥିବା ୯୦୫ଟି ଡିଗ୍ରୀ କଲେଜରେ ୨ ଲକ୍ଷ ୪୩ ହଜାର ୨୭୫ଟି ସିଟ ମଧ୍ୟରୁ ମାତ୍ର ଦୁଇଟି ପର୍ଯ୍ୟାୟରେ ୧ ଲକ୍ଷ ୭୬ ହଜାର ୯୪୪ଟି ସିଟ ପୂରଣ ହୋଇଥିବା ବେଳେ ୬୬ ହଜାର ୩୩୧ଟି ସିଟ ପୂରଣ ହୋଇ ପାରିନାହିଁ। ବଳକା ସିଟ ମଧ୍ୟରେ ଯୁକ୍ତ ୩ କଳାରେ ୨୮ ହଜାର ୫୨୫, ବିଜ୍ଞାନରେ ୨୩ ହଜାର ୪୭୧, ବାଣିଜ୍ୟରେ ୧୩ ହଜାର ୮୮୨ ଓ ସେଲ୍ଫ ଫାଇନାନ୍ସରେ ୪୫୩ଟି ସିଟ ରହିଛି।

ସେହିପରି ଯୁକ୍ତ ୩ ସଂସ୍କୃତ ଶାସ୍ତ୍ରୀରେ ୧୩୬ଟି କଲେଜରେ ୮୮୬୦ଟି ସିଟ ମଧ୍ୟରୁ କେବଳ ୫୦୯୬ଟି ସିଟ ପୂରଣ ହୋଇଥିବା ବେଳେ ୩୭୬୪ଟି ସିଟ ଫାଙ୍କା ପଡିଛି। ଅନ୍ୟ ଏକ ସୂଚନା ଅନୁଯାୟୀ ଚଳିତ ଶିକ୍ଷା ବର୍ଷରେ ୨ ଲକ୍ଷ ୫୭ ହଜାର ୯୧୧ ଜଣ ନାମ ଲେଖାଇବା ପାଇଁ ଆବେଦନ କରିଥିବା ବେଳେ ଏତେ ଗୁଡିଏ ସିଟ କିଭଳି ବଳକା ରହିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସାମସ ନାମଲେଖା ପ୍ରକ୍ରିୟାରେ ତ୍ରୁଟି, ଦୂର ଦୁରାନ୍ତରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟରନେଟ ସୁବିଧା ନ ମିଳିବା ଏବଂ କେତେକ କ୍ଷେତ୍ରରେ ଅନଲାଇନରେ ଦେୟ ପୈଠ ଯୋଗୁ ଛାତ୍ରଛାତ୍ରୀମାନେ ଆବେଦନ ନ କରି ପାରିବା ଭଳି ସମସ୍ୟା ମଧ୍ୟ ଦାୟୀ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଟ୍ୱିଟରରେ ଅନେକ ଛାତ୍ରଛାତ୍ରୀ ଆଉ ଏକ ପର୍ଯ୍ୟାୟ ନାମ ଲେଖା ପାଇଁ ଅନୁରୋଧ କରିଥିବା ଦେଖାଯାଉଛି।

- Advertisement -

କେତେକ କଲେଜରେ ଆଡ଼ମିସନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଆଡ଼ମିସନ କ୍ୟାନସେଲ ହୋଇଥିବା ମଧ୍ୟ କଲେଜ କର୍ତୃପକ୍ଷ ଜଣାଇଛନ୍ତି। ସମ୍ପୃକ୍ତ ଆବେଦନକାରୀମାନେ ସ୍ଲାଇଡ ଅପ ବ୍ୟବସ୍ତା ବନ୍ଦ କରିଥିଲେ ମଧ୍ୟ ଏଭଳି ଘଟିଥିବା ସେମାନେ କହିଛନ୍ତି। ଯଦି ଅଫଲାଇନ ମାଧ୍ୟମରେ କଲେଜ ସ୍ଥରରେ ଗୋଟିଏ ସୁଯୋଗ ଦିଆଯାଆନ୍ତା ତେବେ ହଜାର ହଜାର ଆଶାୟୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହୁଅନ୍ତେ ନାହିଁ ବୋଲି ଅଭିଭାବକମାନେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories