www.samajalive.in
Sunday, December 14, 2025
19.1 C
Bhubaneswar

ସିସି କ୍ୟାମେରା ନ ଥିଲେ ହେବନି ମାଟ୍ରିକ ପରୀକ୍ଷା କେନ୍ଦ୍ର – ଗଣଶିକ୍ଷା ମନ୍ତ୍ରୀ

ସମାଜ ପୋର୍ଟାଲ ଡେସ୍କ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ସିସି କ୍ୟାମେରା ଲାଗି ନ ଥିବା, ସେଠାରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେବ ନାହିଁ। ଶୁକ୍ରବାର ମନ୍ତ୍ରୀ ସମୀର ଦାଶ କୋରାପୁଟ ଲକ୍ଷ୍ମୀପୁର ଗସ୍ତରେ ଯାଇ କେତେକ ସ୍କୁଲ ଓ କଲେଜ ପରିଦର୍ଶନ କରିଥିଲେ। ମାଟ୍ରିକ ପରୀକ୍ଷାରେ କପି ରୋକା ଯିବାକୁ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯିବ। ଯାହା ଫଳରେ କପିକୁ ରୋକା ଯାଇ ପାରିବ ବୋଲି କହିବା ସହିତ ଯେଉଁଠାରେ ସିସି କ୍ୟାମେରା ନଥିବ ସେଠାରେ ପରୀକ୍ଷା କେନ୍ଦ୍ର ହୋଇ ପାରିବ ନାହିଁ। ଏପରିକି ବିନା ସିସି କ୍ୟାମେରାରେ ଯଦି କେଉଠାରେ ପରୀକ୍ଷା କେନ୍ଦ୍ର ହୁଏ , ତାଙ୍କର ଦୃଷ୍ଟି ଆକର୍ଷଣ କରାଗଲେ ସେ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ଆସନ୍ତା ଶିକ୍ଷାବର୍ଷରୁ ୧୦କିଲୋ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇ ସେଠାରେ ଆବାସ ନିର୍ମାଣ ବ୍ୟବସ୍ଥା କରାଯିବ ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି। ଆଗାମୀ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ ବ୍ୟୟ ବରାଦ କରାଯିବ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ବିକାଶ ପାଇଁ ଅବିଭାବକମାନେ ସଚେତନ ହେବା ଜରୁରୀ ବୋଲି କହିବା ସହ ଲୋକ ପ୍ରତିନିଧିମାନେ ମଧ୍ୟ ଏଥିରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories