୨୯ରେ କେରଳ ଛୁଇଁବ ମୌସୁମୀ

0

ନୂଆଦିଲ୍ଲୀ : ମେ ୨୯ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ତେବେ ଏହି ପୂର୍ବାନୁମାନରେ ୪ଦିନ ଆଗ କିମ୍ବା ପଛ ହୋଇପାରେ ବୋଲି ଶୁକ୍ରବାର ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ବାୟୁ ଭାରତରେ ପହଞ୍ଚିବା ଠାରୁ ବର୍ଷାଋତୁ ଆରମ୍ଭ ହୋଇଥାଏ।
ଏହା ପୂର୍ବରୁ ଏପ୍ରିଲ ୧୬ରେ ଆଇଏମଡି କରିଥିବା ପୂର୍ବାନୁମାନ ଅନୁଯାୟୀ ଚଳିତବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ। ଯାହାକି ୯୭% ଲଙ୍ଗ ପିରିୟଡ ଆଭରେଜ (ଏଲପିଏ)। କ୍ରମାଗତ ୩ବର୍ଷ ଧରି ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ହେବାକୁ ଯାଉଛି। ୯୬%ରୁ ୧୦୪% ଏଲପିଏକୁ ସ୍ୱାଭାବିକ ମୌସୁମୀ ବର୍ଷା କୁହାଯାଇଥାଏ।

Leave A Reply