www.samajalive.in
Thursday, December 11, 2025
14.1 C
Bhubaneswar

କେନ୍ଦୁଝର ଜିଲାର ପ୍ରସିଦ୍ଧ ଲୋକପର୍ବ ‘ମକର ମେଳା’, କେଶରକୁଣ୍ଡରେ ବୁଡ ପକାଇଲେ ଲକ୍ଷାଧିକ ଭକ୍ତ

କେନ୍ଦୁଝରଗଡ଼: ମଙ୍ଗଳବାର ଠାରୁ ଜିଲାବ୍ୟାପୀ ଆରମ୍ଭ ହୋଇଛି କେନ୍ଦୁଝର ଜିଲାର ପ୍ରସିଦ୍ଧ ଲୋକପର୍ବ ‘ମକର ମେଳା’। ପଡୋଶୀ ଝାରଖଣ୍ଡ ରାଜ୍ୟକୁ ଲାଗି ରହିଥିବା କେନ୍ଦୁଝର ଓ ମୟୁରଭଞ୍ଜ ଜିଲା ସୀମାବର୍ତ୍ତୀର୍ ବୈତରଣୀ ନଦୀ ଗର୍ଭରେ ଥିବା କେଶରୀକୁଣ୍ଡରେ ପବିତ୍ର ଏହି ସଂକ୍ରାନ୍ତି ତିଥୀରେ ବୁଡ ପକାଇବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କେଶରୀକୁଣ୍ଡର ଏହି ଦିନିକିଆ ମେଳାର ମଜା ନେବା ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ପରିବାରର ମଙ୍ଗଳ କାମନା କରି ପରିବାର ମୁଖ୍ୟ ସଦସ୍ୟଙ୍କ ସହ ମିଶି ନିକଟସ୍ଥ ନଦୀ ଓ ପୋଖରୀମାନଙ୍କରେ ମରକବୁଡ ପକାଇ ଶୈବପୀଠ ମାନଙ୍କରେ ପୂଜାର୍ଚ୍ଚନା ପରମ୍ପରା ଆଜିବି କେନ୍ଦୁଝର ଜିଲାରେ ଦେଖିବାକୁ ମିଳେ। ସପ୍ତାହବ୍ୟାପୀ ଆରମ୍ଭ ଏହି ମକରମେଳା ଅବସରରେ କେନ୍ଦୁଝର ଜିଲାରେ କୁଡ଼ୁମି (ମହାନ୍ତ) ସମ୍ପ୍ରଦାୟ ପକ୍ଷରୁ ପାଳିତ ହେଉଥିବା ‘ଟୁସୁ’ ପର୍ବ ମଧ୍ୟ ଏହି ପବିତ୍ର ତିଥୀରେ ଅନେକ ସ୍ଥାନରେ ଆନନ୍ଦଉଲ୍ଲାସର ସହ ବିସର୍ଜନ ପର୍ବ ଆରମ୍ଭ ହୋଇଛି।

- Advertisement -

ଖରିଫ ଋତୁର କୃଷି କାର୍ଯ୍ୟ ଶେଷ ପରେ ଜିଲା ଓ ଜିଲା ବାହାରେ ବିଭିନ୍ନସ୍ଥାନରେ କାର୍ଯ୍ୟରତ ଶ୍ରମିକମାନେ ମକରସଂକ୍ରାନ୍ତି ଠାରୁ ସାହୁକାରଙ୍କ ଠାରୁ ନିଜକୁ ମୁକ୍ତ ଘୋଷଣା କରି ଦୀର୍ଘ ୭ଦିନବ୍ୟାପୀ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ଗହଣରେ ନିଜକୁ ସାମିଲ କରି ମକରମେଳାର ବେଶ୍‌‌ ମଜା ଉଠାଇବା କେନ୍ଦୁଝର ଜିଲାରେ କାହିଁ କେଉଁ କାଳରୁ ପାଳନ ହୋଇଆସୁଛି।

ଏହି ଅବସରରେ ଶିଶୁ ଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ନୂତନବସ୍ତ୍ର ପରିଧାନ ସାଙ୍ଗକୁ ଘରେ ଘରେ କୁଣିଆ ଗହଣରେ ଗୁଡରେ ପ୍ରସ୍ତୁତ ଆରିସା, କାକରା ଓ ମକର ମଣ୍ଡାପିଠା ସହ ଆମୀଷ ଭୋଜନର ଖୁବ୍‌‌ ମଜା ଉଠାଇଥାଆନ୍ତି। ମକରସଂକ୍ରାନ୍ତି ଅବସରରେ ସପ୍ତାହିକୀ ହାଟମାନଙ୍କରେ କୁକୁଡ଼ା ଲଢ଼େଇ ସାଙ୍ଗକୁ ପାରମ୍ପରିକ ଜୁଆଖେଳ ଏବଂ ଘରେ ଘରେ ଆମୀଷଭୋଜନ କେନ୍ଦୁଝର ଜିଲାର ଏକ ନିଆରା ପରମ୍ପରା। ପବିତ୍ର ମକରମେଳା ଅବସରରେ ବନ୍ଧୁତ୍ୱ ସୁଦୃଢ଼ ପାଇଁ ବିଭିନ୍ନ ମକରମେଳାରେ ଯୁବଗୋଷ୍ଠୀ ପରଷ୍ପର ମଧ୍ୟରେ ସହି, ସଙ୍ଗାତ, ମକର, ବଉଳ ଆଦି ନୂଆ ସମ୍ପର୍କ ସ୍ଥାପନ କରି ସମ୍ପର୍କକୁ ଅଧିକ ସୁଦୃଢ କରିଥାନ୍ତି।

କୃଷିକାର୍ଯ୍ୟ ପରବର୍ତ୍ତୀ ସମୟକୁ ମନଭରି ଉପଭୋଗ କରିବା ପାଇଁ ବିଶେଷକରି ଜିଲାର ଶ୍ରମିକ ଗୋଷ୍ଠୀ ଏହି ମକରମେଳାକୁ ୧୫ଦିନବ୍ୟାପୀ ଜିଲାର ବିଭିନ୍ନ ମେଳା ବୁଲି ବୁଲି ଉପଭୋଗ କରିଥାନ୍ତି। ଏହିପର୍ବ କେଶରୀକୁଣ୍ଡ ଠାରେ ଦିନିକିଆ ପାଳିତ ହେଉଥିବା ବେଳେ ଜିଲାର ଧାନବେଣୀ, ଭୀମକୁଣ୍ଡ, ଖଳିକୁଣ୍ଡ, ଦେବକୁଣ୍ଡ, ରାମତୀର୍ଥର୍, ଚକ୍ରତୀର୍ଥ, ରସବନ୍ତଳା, ଅସୁରଖାଲ, ରାଇକଳା ଆଦି ସ୍ଥାନରେ ୩ ରୁ ୭ଦିନବ୍ୟାପୀ ଏବଂ ବାରହାଟିପୁରା ଠାରେ ସର୍ବାଧିକ ୧୫ଦିନ ପର୍ଯ୍ୟନ୍ତ ବେଶ୍‌‌ ଧୂମ୍‌‌ଧାମରେ ପାଳିତ ହୋଇଥାଏ। ଏହି ଅବସରରେ ଜିଲାର ବିଭିନ୍ନ ମକରମେଳାରେ ଅପେରା ପ୍ରଦର୍ଶନ ସାଙ୍ଗକୁ ଲୋକଗୀତ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ପ୍ରବଳ ଶୀତ ସତ୍ତେ୍ୱ ରାତିତମାମ୍‌‌ ମନୋରଞ୍ଜନର ଖୋରାକ୍‌‌ ଯୋଗାଇଥାଏ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories