www.samajalive.in
Thursday, December 11, 2025
13.1 C
Bhubaneswar

ବୈତରଣୀରେ ‘ମକର ବୁଡ’ ପକାଇ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ଼: ପବିତ୍ର ମକରସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୩ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପାଟଣାସ୍ଥିତ ବୈତରଣୀ ନଦୀରେ ‘ମକର ବୁଡ’ ପକାଇ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ସନ୍ନିକଟ ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରି ବ୍ରାହ୍ମଣଙ୍କ ଦ୍ୱାରା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପାଟଣା ଆସି ବୈତରଣୀ ନଦୀରେ ‘ମକର ବୁଡ’ ପକାଇ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଏଥିସହ ଆୟୁଷ୍ମାନ ଯୋଜନାରେ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷର ପରେ ରାଜ୍ୟର ବହୁ ହିତାଧିକାରୀ ଏହାର ଲାଭ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ସପତ୍ନୀକ ଚାକୁଣ୍ଡାପାଳ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ଘରେ ପହଞ୍ଚି ମକର ପିଠା ଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ସମେତ ଜିଲା ବିଜେପିର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।

- Advertisement -

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୨ ମସିହାରେ ସଦର ବିଧାୟକ ଥିବାବେଳେ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀର ଅନୁସୂୟା ଘାଟରେ ‘ମକର ବୁଡ’ ପକାଇଥିଲେ। ପ୍ରତିବର୍ଷ ସେ ମକର ସଂକ୍ରାନ୍ତିରେ ଦ୍ୱିତୀୟ ଗଙ୍ଗା ଭାବେ ପରିଚିତ ପାଟଣା ବୈତରଣୀ ନଦୀରେ ‘ମକର ବୁଡ’ ପକାଇଥାନ୍ତି। ଚଳିତବର୍ଷ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବି ନିଜ ସଂସ୍କୃତିକୁ ନ ଭୁଲି ବୈତରଣୀରେ ‘ମକର ବୁଡ’ ପକାଇବା ନିଷ୍ପତ୍ତିକୁ ପାଟଣା ଅଞ୍ଚଳର ବୁଦ୍ଧିଜିବୀ ସ୍ୱାଗତ କରିଛନ୍ତି। ସନ୍ଧ୍ୟାରେ ଝୁମ୍ପୁରା ଠାରେ ଏକ ପୋଲର ଉଦ୍‌‌ଘାଟନ କାର୍ଯ୍ୟକ୍ରମ ସାରି ପୈତୃକ ଗ୍ରାମ ରାଇକଳାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମକରପର୍ବରେ ସାମିଲ ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories