www.samajalive.in
Friday, December 12, 2025
15.1 C
Bhubaneswar

ସାକିବ୍‌ଙ୍କ ବାସନ୍ଦ ବିରୋଧରେ ଦୃଢ଼ ପ୍ରତିବାଦ

ଢାକା : ବାଂଲାଦେଶ କ୍ରିକେଟ ଇତିହାସରେ ସଫଳତମ ଅଧିନାୟକ ତଥା ବିଶ୍ବର ୧ନଂ ଦିନିକିଆ ଅଲ୍‌ରାଉଣ୍ଡର ସାକିବ୍ ଅଲ୍‌ ହାସନ୍‌ଙ୍କୁ ମଙ୍ଗଳବାର ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ବାସନ୍ଦ କରିଛି। ୩ଟି ମ୍ୟାଚ୍‌ରେ ସାକିବ୍‌ଙ୍କୁ ବୁକିମାନେ ଦୁର୍ନୀତିର ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ଜଣାଇନଥିଲେ। ଫଳତଃ ଆଇସିସି ତାଙ୍କୁ ୨ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟ୍‌ରୁ ବାସନ୍ଦ କରିଛି। ସାକିବ୍ ସମସ୍ତ ଦୋଷ ମାନି ନେଇଥିବାରୁ ଆଇସିସି ତାଙ୍କର ବର୍ଷେ ବାସନ୍ଦାଦେଶ କାଟିଦେଇଛି। ଫଳରେ ସାକିବ୍ ଅଲ୍‌ ହାସନ୍ ୨୦୨୦ ଅକ୍ଟୋବର ୨୯ରେ କ୍ରିକେଟ୍‌କୁ ଫେରିବେ। ଫଳ​‌େ​‌ର ୨୦୨୦ ଅକ୍ଟୋବର ୮ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସାକିବ୍ ଖେଳିବେନାହିଁ।
ସାକିବ୍ ଅଲ୍‌ ହାସନ୍‌ଙ୍କୁ ବାସନ୍ଦ କରା ଯାଇଥିବାରୁ ବାଂଲାଦେଶରେ ତୀବ୍ର ପ୍ରତିକ୍ରିୟା ଓ ବିରୋଧ ଦେଖିବାକୁ ମିଳିଛି। ବାସନ୍ଦହେବା ପରେ ସାକିବ୍ ଦେଶବାସୀଙ୍କୁ ତାଙ୍କ ପ୍ରତି ସମର୍ଥନର ନିବେଦନ କରିଥିଲେ। ଏହା ନିଆଁରେ ଘିଅ ଢାଳିବା ପରି ହୋଇଥିଲା। ବୁଧବାର ସାକିବ୍‌ଙ୍କ ହଜାର ହଜାର ସମର୍ଥକ ବିଭିନ୍ନ ପ୍ଲାକାର୍ଡ ଧରି ଏବଂ ସାକିବ୍‌ଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇ ଢାକା ସହରରେ ଶୋଭାଯାତ୍ରା ଦେଇଥିଲେ। ସାକିବ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି ବୋଲି ସେମାନେ ଅଭିଯୋଗ କରି ଆଇସିସି ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ୩୨ ବର୍ଷ ବୟସ୍କ ସାକିବ୍ ଅଲ୍‌ ହାସନ୍ ବାଂଲାଦେଶ ପାଇଁ ୫୬ଟି ଟେଷ୍ଟ, ୨୦୬ଟି ଦିନିକିଆ ଓ ୭୬ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି। ସାକିବ୍ ହେଉଛନ୍ତି ବାଂଲାଦେଶର ଅନ୍ୟତମ ବଡ଼ କ୍ରୀଡ଼ା ତାରକା। ଦିନିକିଆ କ୍ରିକେଟରେ ସବୁଠାରୁ କମ୍ ମ୍ୟାଚ୍‌ରେ ୫୦୦୦ ରନ୍ ଓ ୨୫୦ଟି ୱିକେଟ ନେବାରେ ସାକିବ୍ ହେଉଛି ବିଶ୍ବର ଦ୍ରୁତତମ। ଏଣେ ସାକିବ୍‌ଙ୍କ ଘରେଇ ସହର ମାଗୁରାରେ ମଧ୍ୟ ସାକିବ୍‌ଙ୍କ ସପକ୍ଷରେ ୭୦୦ କ୍ରିକେଟପ୍ରେମୀଙ୍କ ଏକ ଶୋଭାଯାତ୍ରା ବାହାରିଥିଲା। ଉଭୟ ଢାକା ଓ ମାଗୁରାରେ ଶୋଭାଯାତ୍ରାକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଗତ ବିଶ୍ବକପ୍‌ରେ ସାକିବ୍ ଅଲ୍‌ ହାସନ୍ ବାଂଲାଦେଶ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଏହି ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ପ୍ରମାଣିତ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories