www.samajalive.in
Friday, December 12, 2025
15.1 C
Bhubaneswar

ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ଇୟୁ ପ୍ରତିନିଧି ଦଳର ସମର୍ଥନ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ସରକାରଙ୍କ ପଦକ୍ଷେପକୁ ୟୁରୋପୀୟ ୟୁନିୟନ ସଂସଦୀୟ ପ୍ରତିନିଧି ଦଳ ସମର୍ଥନ କରିଛନ୍ତି। ପ୍ରତିନିଧି ଦଳ କହିଛନ୍ତି ଯେ ସେମାନେ ଭାରତର ବନ୍ଧୁ। ଭାରତର ପଦକ୍ଷେପକୁ ସେମାନେ ପୂର୍ଣ୍ଣ ସମର୍ଥନ କରନ୍ତି। ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ଭାରତର ଆଭ୍ୟନ୍ତରୀଣ ନିଷ୍ପତ୍ତି। କାଶ୍ମୀରରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଉଦ୍‌ବେଗର ବିଷୟ। କୁଲଗାଓଁରେ ୬ଜଣ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ଅତ୍ୟନ୍ତ ନିନ୍ଦନୀୟ।
କାଶ୍ମୀରର ସ୍ଥିତି ପରଖିବା ଲାଗି ବିରୋଧୀ ଦଳର ସଦସ୍ୟଙ୍କୁ କାଶ୍ମୀର ଯିବା ଲାଗି ଅନୁମତି ଦେବା ସପକ୍ଷରେ ୟୁରୋପୀୟ ୟୁନିୟନ ପ୍ରତିନିଧି ଦଳ ଯୁକ୍ତି ବାଢିଛନ୍ତି। କାଶ୍ମୀର ଗସ୍ତରେ ଯାଇଥିବା ୟୁରୋପୀୟ ୟୁନିୟନର ୨୭ଜଣିଆ ସଂସଦୀୟ ପ୍ରତିନିଧି ଦଳ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଦୁଇଦିନିଆ ଗସ୍ତରେ କାଶ୍ମୀର ଯାଇଥିବା ଏହି ପ୍ରତିନିଧି ଦଳ ଆତଙ୍କବାଦୀଙ୍କ ନରସଂହାରକୁ ନିନ୍ଦା କରିଛନ୍ତି। ୟୁରୋପୀୟ ଇକୋନୋମିକ୍ ଆଣ୍ଡ ସୋସିଆଲ କମିଟିର ପୂର୍ବତନ ଅଧ୍ୟକ୍ଷ ହେନରି ମାଲୋସେ କହିଛନ୍ତି ଯେ ପ୍ରତିନିଧି ଦଳ ସେନା, ପୁଲିସ ଓ ଯୁବକଙ୍କ ସହିତ ଭାବ ବିନିମୟ କରିଛି। ଆତଙ୍କବାଦ ଏକ ଦେଶକୁ ନଷ୍ଟ କରିଦେଇପାରିବ। ଆଫଗାନିସ୍ତାନ ଓ ସିରିୟା ଭଳି ଦେଶ ଆତଙ୍କବାଦ ଦ୍ବାରା ନଷ୍ଟ ହୋଇଛି। ତେଣୁ ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ସମର୍ଥନ ଜଣାଉଛୁ। ପ୍ରତିନିଧ ଦଳର ସଦସ୍ୟ ନିକୋଲସ ଫେଷ୍ଟ କହିଛନ୍ତି ଯେ ଭାରତ ସରକାର ବିରୋଧୀ ଦଳ ସଦସ୍ୟଙ୍କୁ କାଶ୍ମୀର ଗସ୍ତ ଲାଗି ଅନୁମତି ଦେବା ଦରକାର। ଯଦ୍ଦ୍ବାରା ପରିସ୍ଥିତିରେ କିଛିଟା ଉନ୍ନତି ଆସିପାରିବ। ମଙ୍ଗଳବାର ଏହି ପ୍ରତିନିଧି ଦଳ ଡାଲ ହ୍ରଦ ନିକଟରେ କିଛି ସାମ୍ବାଦିକଙ୍କ ସହିତ ଭାବ ବିନିମୟ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories