www.samajalive.in
Friday, December 12, 2025
14.1 C
Bhubaneswar

ଭୀମସାରରେ ଏଚଆଇଭି ଆକ୍ରାନ୍ତଙ୍କ ଅପରେଶନକୁ ନେଇ ବିବାଦ; ତଦନ୍ତ ପାଇଁ ସୁପାରିସ କଲେ ଦନ୍ତ ବିଭାଗ ମୁଖ୍ୟ

ସମ୍ବଲପୁର: ବୁର୍ଲାସ୍ଥିତ ଭୀମସାରରେ ଜଣେ ଏଚଆଇଭି ଆକ୍ରାନ୍ତଙ୍କ ଅପରେଶନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଚଆଇଭି ଆକ୍ରାନ୍ତଙ୍କ ଅପରେଶନ ପରେ ସେହି ଉପକରଣରେ ଅନ୍ୟ​‌ କେତେଜଣ ରୋଗୀଙ୍କ ଅପରେଶନ କରାଯାଇଥିବା ଅଭିଯୋଗ ହୋଇଛି। ଭୀମସାରର ଦନ୍ତ ଚିକିତ୍ସା ବିଭାଗରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି। ଘଟଣାର ତଦନ୍ତ ପାଇଁ ଦନ୍ତ ବିଭାଗ ମୁଖ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୁପାରିସ କରିଛନ୍ତି। ଅନ୍ୟପଟେ ଏହି ଅଭିଯୋଗକୁ ଅପରେଶନ କରିଥିବା ଡାକ୍ତର ଖଣ୍ଡନ କରିଛନ୍ତି। ଏଚଆଇଭି ଆକ୍ରାନ୍ତଙ୍କ ଅପରେଶନ କରିବା ଲାଗି ରହିଥିବା ନିୟମକୁ ସେ ଉଲ୍ଲଂଘନ କରି ନ ଥିବା କହିଛନ୍ତି। ସେ କହିଛନ୍ତି, ମୋତେ ଫସାଇବାକୁ ଏପରି ଷଡ଼ଯନ୍ତ୍ର କରାଯାଇଛି। ପ୍ରଥମତଃ ଅପରେଶନ କରାଯାଇଥିବା ବ୍ୟକ୍ତି ଜଣକ ଏଚଆଇଭି ଆକ୍ରାନ୍ତ ବୋଲି ତାଙ୍କୁ ଅବଗତ କରାଯାଇ ନ ଥିଲା। ତାଙ୍କ ଅପରେଶନ ପରେ ଅନ୍ୟ ୧୨ ଜଣଙ୍କ ଅପରେଶନ କରାଯାଇଥିବା ନେଇ ଯେଉଁ କଥା ଉଠିଛି ତାହା ମିଥ୍ୟା। ଏଚଆଇଭି ଆକ୍ରାନ୍ତଙ୍କ ପରେ ଅନ୍ୟ ୨ ଜଣଙ୍କର ଅପରେଶନ ହୋଇଥିଲା। କିନ୍ତୁ ସେଥିପାଇଁ ଉପଯୁକ୍ତ ଗାଇଡଲାଇନ ପାଳନ କରାଯାଇଥିଲା। ସେ କୌଣସି ତ୍ରୁଟି କରିନାହାନ୍ତି, ମାନବିକତା ଦୃଷ୍ଟିରୁ ସେ ଏଚଆଇଭି ଆକ୍ରାନ୍ତଙ୍କ ଅପରେଶନ କରିଥିବା ଡାକ୍ତର କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories