www.samajalive.in
Friday, December 12, 2025
14.1 C
Bhubaneswar

ବାଲିଯାତ୍ରା: ମିଳୁନି ସହାୟତା କି ମାନ୍ୟତା : ଆରମ୍ଭ ହେଲା ସରକାରୀ କସରତ

ଭୁବନେଶ୍ୱର : ଐତିହାସିକ ବାଲିଯାତ୍ରାକୁ କିଭଳି ସରକାରୀ ମାନ୍ୟତା ଏବଂ ସହାୟତା ମିଳିବ ସେନେଇ ପ୍ରଶାସନିକସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ଜିଲାପାଳ ଭବାନୀଶଙ୍କର ଚୟନୀ ଐତିହାସିକ ବାଲିଯାତ୍ରାର ଇତିବୃତ୍ତି ସମ୍ପର୍କରେ ଚଳିତମାସ ୨୪ରେ ପତ୍ର ଲେଖିବା ପରେ ଆଇନ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଏନେଇ ମନ୍ତ୍ରୀ ଶ୍ରୀ ଜେନା ସୋମବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। କଟକର ପ୍ରସିଦ୍ଧ ବାଲିଯାତ୍ରାକୁ କିଭଳି ସରକାରୀ ମାନ୍ୟତା ମିଳିବ ଏବଂ ସରସ ସୁନ୍ଦର ହୋଇପାରିବ ସେନେଇ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ଜେନା ଦର୍ଶାଇଛନ୍ତି ଯେ, କଟକର ବାଲିଯାତ୍ରା ଓଡ଼ିଶାର ଐତିହ୍ୟ ଓ ନୌବାଣିଜ୍ୟର କିର୍ତ୍ତୀ ବହନ କରୁଛି। ତେଣୁ ତା’ର ପ୍ରଚାର ଏବଂ ପ୍ରସାର ବ୍ୟାପକ ହେବାର ଆବଶ୍ୟକତା ରହିଛି। ଏଥିପାଇଁ ସହବନ୍ଧିତ ବିଭାଗ ଗୁଡିକ ସହାୟତା ଯୋଗାଇ ଦେବା ଆବଶ୍ୟକ। ଏଦିଗରେ ସଂପୃକ୍ତ ବିଭାଗୀୟ ଶାସନ ସଚିବମାନେ ଯେଭଳି ଗୁରୁତ୍ବ ଦେବେ ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଜେନା ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ବାଲିଯାତ୍ରାକୁ ସରକାରୀସ୍ତରରେ ମାନତ୍ୟ ମିଳିବା ପାଇଁ ଆସନ୍ତା ନଭେମ୍ବର ପହିଲାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବାର ସ୍ଥିର ହୋଇଛି। ଏଥିରେ ସଂସ୍କୃତି, ପର୍ଯ୍ୟଟନ, ନଗର ଉନ୍ନୟନ, ଦକ୍ଷତା ବିକାଶ ବିଭାଗ ସହିତ ଅଗ୍ନିଶମ ଏବଂ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ। ଆଗାମୀ ଦିନରେ ବାଲିଯାତ୍ରାକୁ କିଭଳି ଅଧିକ ସରସ ସୁନ୍ଦର କରି ହେବ ଏବଂ ସରକାରଙ୍କ ପକ୍ଷରୁ କିପ୍ରକାର ସାହାଯ୍ୟ ସହଯୋଗ ହୋଇପାରିବ ସେଦିଗରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କଟକ ବାଲିଯାତ୍ରାକୁ କିଭଳି ସରକାରୀ ମାନ୍ୟତା ମିଳିବ ସେନେଇ ମନ୍ତ୍ରୀ ଶ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବାଲିଯାତ୍ରା ଐତିହ୍ୟକୁ କେବଳ ଓଡ଼ିଶା ନୁହେଁ ସମଗ୍ର ଏସିଆ ମହାଦେଶରେ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories