www.samajalive.in
Monday, December 15, 2025
17.1 C
Bhubaneswar

୨୦୨୨ସୁଦ୍ଧା ଆମେ ନ୍ୟୁ ଇଣ୍ଡିଆ ନିର୍ମାଣ କରିବାର ସ୍ବପ୍ନ ରଖିଛୁ : ମୋଦୀ

ରିୟାଦ : ଭାରତ ଆଜି ବିଶ୍ବର ତୃତୀୟ ସର୍ବ ବୃହତ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଲଟି ଯାଇଛି । ଭାରତର ୨ୟ ଏବଂ ୩ୟ ଶ୍ରେଣୀ ସହରରେ ମଧ୍ୟ ଷ୍ଟାର୍ଟ ଅପ୍ ଖେଳିବାରେ ଲାଗିଛି। ଆମ ଷ୍ଟାର୍ଟ ଅପରେ ବିଶ୍ବ ସ୍ତରରେ ନିବେଶ ଆରମ୍ଭ ହୋଇଛି । ସାରା ବିଶ୍ବର ନିବେଶକ ଆମ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମର ଲାଭ ନେବା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ସାଉଦୀ ଆରବର ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍‍(ଏଫଆଇଆଇ)ର  ତୃତୀୟ ଅଧିବେଶନରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

- Advertisement -

ଦୁଇ ଦିନିଆ ସାଉଦୀ ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ସାଉଦୀ ଆରବ ସହିତ ଆମର ସଂପର୍କ ବେଶ ପ୍ରାଚୀନ ଓ ଅନେକ ବର୍ଷ ତଳର। ଆମର ପ୍ରାଚୀନ ସଂପର୍କରେ ରଣନୀତିକ ସହଯୋଗ ସୁଦୃଢ ଆଧାରଶୀଳା ରଖିଛି।

ସେ କହିଛନ୍ତି ସ୍କିଲ ଇଣ୍ଡିଆ ଅଧିନରେ ଆଗାମୀ ୩-୪ ବର୍ଷରେ ୪୦ କୋଟି ଲୋକ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତାର ପ୍ରମାଣ ଦେବା ପାଇଁ କୃତିତ୍ବ ହାସଲ କରିବେ। ଏହାଦ୍ବାରା ଭାରତରେ ନିବେଶକ କମ୍ପାନୀମାନେ ଲାଭବାନ ହେବେ।

୨୦୨୪ ସୁଦ୍ଧା ରିଫାଇନିଙ୍ଗ, ପାଇପ୍ ଲାଇନ, ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାର ଅଛି। ଆମେ ୨୦୨୨ସୁଦ୍ଧା ନ୍ୟୁ ଇଣ୍ଡିଆ ନିର୍ମାଣ କରିବାର ସ୍ବପ୍ନ ରଖିଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି। ଭାରତୀୟ ପ୍ରତିଭା ସାଉଦୀ ଆରବରେ ଅନନ୍ୟ ମାନବ ସମ୍ବଳ ଭାବେ ସୁନାମ ଅର୍ଜନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛିନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories