www.samajalive.in
Wednesday, December 10, 2025
23.1 C
Bhubaneswar

ସୁପ୍ରିମକୋର୍ଟରେ ଆୟୁଷ୍ମାନ୍‌ଙ୍କ ‘ବାଲା’

ମୁମ୍ବଇ : ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନାଙ୍କ ଫିଲ୍ମ ‘ବାଲା’କୁ ନେଇ ଉଠିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ। ‘ଉଜଡା ଚମନ୍‌’ ଫିଲ୍ମର ନିର୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ‘ବାଲା’ ଫିଲ୍ମ ମୁକ୍ତିଲାଭକୁ ରୋକିବା ପାଇଁ ଏକ ପିଟିସନ୍‌ ଦାୟର୍‌ କରିଛନ୍ତି। ସେ ପିଟିସନ୍‌ରେ ଲେଖିଛନ୍ତି, ‘ବାଲା’ ଫିଲ୍ମର ପ୍ରଯୋଜକ ଦିନେଶ ବିଜାନ୍‌ କପି ରାଇଟସ୍‌ର ଉଲ୍ଲଙ୍ଘନ କରିଛନ୍ତି। ଏହି ମାମଲା ପ୍ରସଙ୍ଗରେ ୪ ନଭେମ୍ୱରରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ। ସୂଚନାଯୋଗ୍ୟ, ଫିଲ୍ମ ‘ଉଜଡା ଚମନ୍‌’ର ନିର୍ମାତା ‘ବାଲା’ ଫିଲ୍ମ ଉପରେ କପି ରାଇଟସ୍‌ ଉଲ୍ଲଙ୍ଘନର ଅଭିଯୋଗ ଲଗାଇଛନ୍ତି। ନିର୍ମାତାଙ୍କ କହିବା ଅନୁସାରେ କନ୍ନଡ ଫିଲ୍ମ ‘ଓନଓୁ ମୋଟେୟେ କାଥେ’ର ରିମେକ୍‌ ହେଉଛି ‘ଉଜଡା ଚମନ୍’। ତାଙ୍କ ପାଖରେ ଓରିଜିନାଲ୍‌ ଫିଲ୍ମର କପି ରାଇଟ୍‌ ରହିଛି। ସେ ଏକ ଖବରକାଗଜକୁ ସାକ୍ଷାତକାରରେ କହିଛନ୍ତି ଯେ, ଏହି ଫିଲ୍ମର କାହାଣୀ ଆମକୁ ମିଳିଥିଲା। ଓ ଏହାର ଆମେ ହିନ୍ଦୀ ରିମେକ୍ କରିବୁ ବୋଲି ଆଶା ବାନ୍ଧିଥିଲୁ। ତେଣୁ ଏଥିରେ ରୋକ୍ ଲାଗିବା ଦରକାର। ଅମର କୌଶିକଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରଟି ନଭେମ୍ବର ୭ରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡ଼ିଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories