www.samajalive.in
Sunday, December 14, 2025
18.1 C
Bhubaneswar

ଲୋକସଭାରେ ପରାସ୍ତ ପରେ କଂଗ୍ରେସ ନିସ୍ତବ୍ଧ – ଶଶୀ ଥରୁର

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି, ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଶୋଚନୀୟ ପରାସ୍ତ ହେବା ପରେ କଂଗ୍ରେସରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି ଯେଉଁଥି ପାଇଁ ହରିୟାଣା କଂଗ୍ରେସରେ ନିର୍ବାଚନ ପୂର୍ବବର୍ତ୍ତୀ ଆବଶ୍ୟକ ପରିବର୍ତ୍ତନ କରାଯାଇ ପାରିନାହିଁ। ଯଦି ସେଠାରେ ୬ ମାସ ପୂର୍ବରୁ ପରିବର୍ତ୍ତନ କରାଯାଇଥାନ୍ତା, କଂଗ୍ରେସ ନିଶ୍ଚିତ ଭାବେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିଥାନ୍ତା।

ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଅବସରରେ ଶଶୀ କହିଛନ୍ତି ଯେ ମୁକ୍ତ ଏବଂ ଅବାଧ ନିର୍ବାଚନ ମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷ ଚୟନ କରିବା ହିଁ ଶ୍ରେଷ୍ଠ ମାଧ୍ୟମ କିନ୍ତୁ ସେ କେବଳ ଚାହିଁଲେ ଯେ ତାହା ହୋଇ ପାରିବ ତାହା ଭାବିବା ଠିକ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଦଳର କିଛି ବରିଷ୍ଠ ସଦସ୍ୟ ନିର୍ବାଚନ ଦ୍ୱାରା କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ପଦ୍ଧତ୍ତିକୁ ବିରୋଧ କରୁଛନ୍ତି। କଂଗ୍ରେସ ଗଠନ କରିଥିବା ଥିଙ୍କ ଟ୍ୟାଙ୍କ ଟିମରେ ଶଶୀଙ୍କୁ କାହିଁକି ସଦସ୍ୟ ଭାବେ ନିଆଗଲା ନାହିଁ, ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି। ୪୫ ମିନିଟର ଏହି ସାକ୍ଷାତକାରରେ ଶଶୀ କହିଛନ୍ତି, ସଦ୍ୟ ସମାପ୍ତ ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଦଳର ଲୋକପ୍ରିୟତା ଫେରୁଥିବା ପ୍ରମାଣ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories