www.samajalive.in
Saturday, December 13, 2025
15.1 C
Bhubaneswar

ଏନଜିଟି ବିଶେଷଜ୍ଞ ନିଯୁକ୍ତି ସମ୍ପର୍କିତ ତଥ୍ୟ ଦେବାକୁ ମନାକଲା କେନ୍ଦ୍ର

ନୂଆଦିଲ୍ଲୀ; ଜାତୀୟ ସବୁଜ ଟ୍ରିବୁନାଲରେ ଦୁଇଜଣ ବିଶେଷଜ୍ଞ ନିଯୁକ୍ତି ପ୍ରସଙ୍ଗରେ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ଦେବାକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ମନା କରିଛି। ମନ୍ତ୍ରାଳୟ କହିଛି, ଏହି ତଥ୍ୟ ସାର୍ବଜନୀନ ହେଲେ ରାଜ୍ୟଗଦିକୁ ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପ ପ୍ରଭାବିତ ହେଵ। ଚଳିତ ବର୍ଷ ସେପ୍ଟେମ୍ବର ୨ରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ଏକ ଆଦେଶରେ ସ୍ପଷ୍ଟ କରିଥିଲା ଯେ କ୍ୟାବିନେଟ ନିଯୁକ୍ତି କମିଟି ପରିବେଶ ମନ୍ତ୍ରାଳୟର ଦୁଇ ଜଣ ଅଧିକାରୀଙ୍କୁ ଜାତୀୟ ସବୁଜ ଟ୍ରିବୁନାଲରେ ବିଶେଷଜ୍ଞ ସଦସ୍ୟ ଭାବେ ନିଯୁକ୍ତି ଦେଇଛି ଏବଂ ସେମାନଙ୍କ କାର୍ଯ୍ୟକାଳ ତିନି ବର୍ଷ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଜାତୀୟ ସବୁଜ ଟ୍ରିବୁନାଲ ନିୟମ ୨୦୧୦ ଅନୁଯାୟୀ ଏନଜିଟି ଅଧ୍ୟକ୍ଷ, ନ୍ୟାୟିକ ସଦସ୍ୟ ଏବଂ ବିଶେଷଜ୍ଞ ସଦସ୍ୟମାନଙ୍କ କାର୍ଯ୍ୟକାଳ ୫ ବର୍ଷ ହେଵ ଓ ଥରେ ନିଯୁକ୍ତି ପାଇଥିବା ବ୍ୟକ୍ତି ଦ୍ଵିତୀୟ ଥର ନିଯୁକ୍ତି ପାଇବେ ନାହିଁ। ତେବେ ପରିବେଶ କର୍ମକର୍ତ୍ତାଙ୍କ ଅଭିଯୋଗ ଅନୁଯାୟୀ, ଳେନ୍ଦ୍ର ସରକାର ସେମାନଙ୍କ କାର୍ଯ୍ୟକାଳ ୫ ବର୍ଷରୁ ୩ ବର୍ଷକୁ ହ୍ରାସ କରି ଏନଜିଟିର ସ୍ୱତନ୍ତ୍ରତାକୁ ପ୍ରଭାବିତ କରିଛନ୍ତି। ଏକ ଗଣମାଧ୍ୟମ ଦ୍ୱାରା ଏ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ବଳରେ ମଗାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ତଥ୍ୟ ଦେବାକୁ ମନା କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ଏହା ସାର୍ବଜନୀନ ହେଲେ ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିବ।

- Advertisement -

ଇତି ମଧ୍ୟରେ କ୍ୟାବିନେଟ ବନ ମହାନିର୍ଦ୍ଦେଶକ ସିଦ୍ଧାନ୍ତ ଦାଶ ଏବଂ ଉପବନ ମହାନିର୍ଦ୍ଦେଶକ ଏସ. ଦାଶଗୁପାଙ୍କୁ ବିଶେଷଜ୍ଞ ସଦସ୍ୟ ଭାବେ ନିଯୁକ୍ତି ଦେବାକୁ ମଞ୍ଜୁରୀ ପ୍ରଦାନ କରିଛି। ଏ ନେଇ ବହୁତ ଶୀଘ୍ର ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories