www.samajalive.in
Monday, December 15, 2025
27.1 C
Bhubaneswar

ଆଉ ଜଣେ ନକ୍ସଲ ମୃତ, କମ୍ବିଂ ଅପରେସନ୍‍ ଜାରି

ମାଲକାନଗିରି: ପୁଲିସ୍‍ ଓ ସୁରକ୍ଷା ବାହିନୀର ନକ୍ସଲ୍‍ ଦମନ ଅଭିଯାନରେ ସରକାରଙ୍କୁ ବଡ଼ ଧରଣର ସଫଳତା ମିଳଛି। ପୁଲିସ ଗୁଳିରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୬ରୁ ଊଦ୍ଧ୍ୱର୍ ହାର୍ଡକୋର ନକ୍ସଲ୍‍ ନେତା ନିହତ ହୋଇଥିବାବେଳେ ଗତ ୨୪ ଜଣ୍ଟା ମଧ୍ୟରେ ଆଉ ଚାରି ଜଣ ନକ୍ସଲ୍‍ ନିହତ ହୋଇଛନ୍ତି। ଆଜି ସକାଳୁ ମିଳିତ ସୁରକ୍ଷା ବାହିନୀ ଗୁଳିରେ ଜଣେ ନକ୍ସଲ୍‍ ନେତା ନିହତ ହୋଇଥିବା ଆଇଜି(ଅପରେସନ୍‍) ଆର ପି କୋଚେ ସୂଚନା ଦେଇଛନ୍ତି।
ବିଏସ୍‍ଏଫ୍‍, ଗ୍ରେ ହାଉଣ୍ଡ ଓ ଏସ୍‍ଓଜି ଯବାନ୍‍ଙ୍କ ପକ୍ଷରୁ ମିଳିତ ଭାବେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ପଣସପଦରଠାରେ ଗତ କାଲିଠାରୁ କମ୍ବିଂ ଅପରେସନ୍‍ ଜାରି ରହିଛି। ମିଳିତ ଟିମ୍‍ର ଅପରେସନ୍‍ରେ ସେଠାରେ ଥିବା ଏକ ନକ୍ସଲ୍‍ ଶିବିର ଧ୍ୱଂସ ହୋଇଛି। ଜଣେ ନକ୍ସଲ୍‍ ନିହତ ହୋଇଛି। ତା’ଠାରୁ ଦୁଇଟି ବନ୍ଧୁକ ଓ କିଟ୍‍ ବ୍ୟାଗ୍‍ ଜବତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ୍‍ ଜୋଡ଼ାମ୍ବା ପଞ୍ଚାୟତ ଶିରିଲପଦର ସଂଲଗ୍ନ ଆମାପୁରୁଲୁ ଜଙ୍ଗଲରେ ଦୁର୍ଦ୍ଦାନ୍ତ ନକ୍ସଲ୍‍ ନେତା ରାମକ୍ରିଷ୍ଣ ଓରଫ୍‍ ଆରକେ ଲୁଚିଥିବା ଖବର ମିଳିବା ପରେ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ଓ ଓଡ଼ିଶାର ଏସ୍‍ଓଜି ଜବାନ୍‍ ମିଳିତ ଅପରେସନ୍‍ ଆରମ୍ଭ କରିଥିଲେ।
ଗତ ସପ୍ତାହକ ମଧ୍ୟରେ ବଲାଙ୍ଗୀର ଓ କନ୍ଧମାଳ ପୁଲିସ୍‍ ଏନ୍‍କାଉଣ୍ଟରେ ୭ ଜଣ ହାର୍ଡକୋର ନକ୍ସଲ୍‍ ନେତା ନିହତ ହୋଇଛନ୍ତି। ଗତ ଶନିବାର ଦିନ ବଲାଙ୍ଗୀର ଜିଲା ବେନ୍ଦର ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଡୁଡୁକମାଳ ଗ୍ରାମରେ ଯବାନ୍‍ ଓ ଡିଭିଏଫ୍‍(ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ) ଗୁଳିରେ ଦୁଇ ହାର୍ଡକୋର ନକ୍ସଲ୍‍ ନେତା ନିହତ ହୋଇଥିବା ବେଳେ କନ୍ଧମାଳ ଜିଲା ଗୋଡଙ୍କି ଗ୍ରାମରେ ଦୁଇ ଜଣ ଓ ସୁଦୁରୁକୁମ୍ପା ଗ୍ରାମରେ ତିନିଜଣ ନକ୍ସଲ୍‍ କ୍ୟାଡର ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସଞ୍ଜିବର ମୁଣ୍ଡଉପରେ ୫ ଲକ୍ଷ ଟଙ୍କା ଓ ରାକେଶର ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେହି ରାଶି ଏବେ ଅପରେସନ୍‍ରେ ସାମିଲ୍‍ ଥିବା ପୁଲିସ ଓ ସୁରକ୍ଷା ବାହିନୀ ଯବାନ୍‍ଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। ସେହିପରି ମୃତ ନକ୍ସଲ୍‍ ନେତା ରାକେଶଙ୍କ ପତ୍ନୀ ମଧ୍ୟ ନକ୍ସଲ୍‍ କ୍ୟାଡର ବୋଲି ଜଣାପଡ଼ିଛି। ପୁଲିସ୍‍ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‍ ହେବା ପାଇଁ ପୁଲିସ୍‍ ଡିଜି ରାକେଶଙ୍କ ପତ୍ନୀଙ୍କୁ ପରାମର୍ଶ ଦେଇଛନ୍ତି।

ନକ୍ସଲ୍‍ ଦମନ ଅଭିଯାନର ସଫଳତା ପାଇଁ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଦୁଇ ଜିଲାର ପୁଲିସ ବାହିନୀକୁ ପ୍ରଶଂସା କରିଥିଲେ। ସମୟୋପଯୋଗୀ ଓ ସଠିକ୍‍ ଗୁଇନ୍ଦା ସୂଚନା, ସୁଚିନ୍ତିତ ରଣକୌଶଳ ଓ ଯୋଜନାରେ ସଠିକ୍‍ ରୂପାୟନ ଯୋଗୁଁ ନକ୍ସଲ୍‍ ଦମନ ଅଭିଯାନ ସଫଳ ହେଉଥିବା ସେ କହିଛନ୍ତି। ଗତ ସପ୍ତାହରେ ମିଳିଥିବା ସଫଳତା ଯୋଗୁଁ ପୁଲିସ ଓ ସୁରକ୍ଷା ବାହିନୀଙ୍କ ମନୋବଳ ବୃଦ୍ଧି ପାଇଥିବା ଡ.ଶର୍ମା ସୂଚନା ଦେଇଛନ୍ତି। ବଲାଙ୍ଗୀର ଓ କନ୍ଧମାଳ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦେଇଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories