ରାୟଗଡ଼ା : ରାୟଗଡ଼ାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ହୀରାଖଣ୍ଡ-ଜୁନାଗଡ଼ ଲିଙ୍କ ଏକ୍ସପ୍ରେସ୍ ଗୁରୁବାର ମଧ୍ୟରାତ୍ରରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ରାତି ପ୍ରାୟ ୧୨ଟା ୧୫ ମିନିଟରେ ପ୍ରବଳ ଝଡ଼ବର୍ଷା ଯୋଗୁଁ ଜେମାଦେଇପୁରରୁ କୁନେର ଷ୍ଟେସନ ମଧ୍ୟରେ ଏକ ସ୍ଥାନରେ ରେଳ ଲାଇନ ଉପରେ ଯାଇଥିବା ବିଦ୍ୟୁତ୍ ତାରଟି ଛିଣ୍ଡି ପଡ଼ିଥିଲା। ଏହି ଲାଇନ ଦେଇ ଯାଉଥିବା ଡିଜେଲ ଇଞ୍ଜିନଯୁକ୍ତ ହୀରାଖଣ୍ଡ ଲିଙ୍କ ଏକ୍ସପ୍ରେସର ବି-୨ ବଗିର ଚକରେ ଏହି ତାରଟି ଗୁଡ଼ାଇ ହୋଇଯାଇଥିଲା। ଫଳରେ ଟ୍ରେନ୍ଟି ଅଟକିଯାଇଥିଲା। ଖବର ପାଇ କୁନେର ଷ୍ଟେସନରୁ ରେଳ କର୍ମଚାରୀମାନେ ଆସି ତାରଟି ଉଠାଇ ସଜାଡ଼ିବା ସହ ଲାଇନ୍ ସଫା କରିଥିଲେ। ଏହାପରେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ଟ୍ରେନ୍ଟି ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ରେଳବାଇ ସୂତ୍ରରୁ ପ୍ରକାଶ।
Popular Categories



