ଦୁର୍ନୀତି ଅଭିଯୋଗ ଆଣିବାରୁ ହଟିଲେ ତିରୁପତି ମନ୍ଦିରର ମୁଖ୍ୟ ପୂଜକ

0

ନୂଆଦିଲ୍ଲୀ : ତିରୁପତି ମନ୍ଦିର ପ୍ରଶାସନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିବାର ଦିନକ ପରେ ବୁଧବାର ଏହାର ମୁଖ୍ୟ ପୂଜକ ଏ. ଭି. ରମଣ ଦୀକ୍ଷିତୁଲାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଏଥିସହ ୬୫ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ପୁରୋହିତଙ୍କୁ ଅବସର ଦେବା ଲାଗି ତିରୁମାଳା ତିରୁପତି ଦେବସ୍ଥାନମ୍‍ (ଟିଟିଡି)ର ନୂତନ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି କ୍ରମେ ରମଣ ଦୀକ୍ଷିତୁଲାଙ୍କ ସମେତ ପୁରୋହିତ ନରସିଂହ ଦୀକ୍ଷିତୁଲା, ଶ୍ରୀନିବାସ ଦୀକ୍ଷିତୁଲା ଏବଂ ନାରାୟଣ ଦୀକ୍ଷିତୁଲାଙ୍କୁ ସେବାରୁ ନିବୃତ୍ତ କରାଯାଇଛି। ସେମାନଙ୍କ ସ୍ଥାନରେ ୪ ଜଣ ନୂତନ ପୂଜକ ନିଯୁକ୍ତ କରାଯାଇଛି ବୋଲି ଟିଟିଡି ଟ୍ରଷ୍ଟ ଅଧ୍ୟକ୍ଷ ପୁଟ୍ଟା ସୁଧାକର ଯାଦବ କହିଛନ୍ତି। ମନ୍ଦିର ପ୍ରଶାସନ ଦାନ ଅର୍ଥକୁ ବେଆଇନ ଭାବେ ବାହାର କରି ନେଉଥିବା ନେଇ ରମଣ ଦୀକ୍ଷିତୁଲା ମଙ୍ଗଳବାର ଚେନ୍ନାଇଠାରେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ।

Leave A Reply