www.samajalive.in
Saturday, December 13, 2025
18.1 C
Bhubaneswar

ସାଇକେଲରେ ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ଟ୍ରାକ୍ଟରରେ ପରିବାର ସହ ଆସିଲେ ଦୁଷ୍ୟନ୍ତ

ଚଣ୍ଡୀଗଡ଼: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟଗ୍ରହଣ ଜାରି ରହିଛି। ରାଜ୍ୟର ବରିଷ୍ଠ ନେତାମାନେ ବିଭିନ୍ନ ବୁଥରେ ନିଜର ମତଦାନ କରିଛନ୍ତି। ତେବେ ଏହି ସମୟରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ହରିୟାଣା ମୁଖ୍ୟମନ୍ତ୍ରୀ ୬୫ ବର୍ଷୀୟ ମନୋହର ଲାଲ ଖଟ୍ଟର ସାଇକେଲରେ ଆସି କରନାଲର ପ୍ରେମନଗର ୧୭୪ ନମ୍ବର ବୁଥରେ ପହଞ୍ଚି ମତଦାନ କରିଥିଲେ। ପରେ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଥିଲେ। ସେହିପରି ଜନନାୟକ ଜନତା ପାର୍ଟି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲା ପତ୍ନୀ ଏବଂ ପରିବାର ଲୋକଙ୍କ ସହିତ ଟ୍ରାକ୍ଟରରେ ଆସି ଭୋଟଦାନ କରିଛନ୍ତି। ସିରସାର ବାଲ୍‌ଭବନରେ ହୋଇଥିବା ବୁଥରେ ଭୋଟ ଦେଇଥିଲେ। ଏହାବ୍ୟତୀତ ବିଧାନସଭା ବାଚସ୍ପତି କୱଁରପାଲ ଗୁର୍ଜର, ହରିୟାଣା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କୁମାରୀ ସୈଲଜା, କଂଗ୍ରେସ ପ୍ରାର୍ଥୀ ରଣଦୀପ ସିଂହ ସୁରଜେୱାଲା, ବିଜେପି ପ୍ରାର୍ଥୀ ସୋନାଲି ଫୋଗାଟ, ବବିତା ଫୋଗାଟ ପ୍ରମୁଖ ନିଜର ମତଦାନ କରିଛନ୍ତି।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories