www.samajalive.in
Friday, December 12, 2025
23.1 C
Bhubaneswar

ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

ମୁମ୍ବଇ : ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ଖୁବଶୀଘ୍ର ନୂଆ ଅବତାରରେ ଦେଖିବାକୁ ମିଳିବ। ସେ ଟିଭିରେ ଆନିମେଟେଡ଼୍‍ ସୁପରହିରୋ ‘ସୁପର୍‍ ଭି’ ରୂପରେ ଦର୍ଶକଙ୍କ ମନୋରଞ୍ଜନ କରିବେ।
ସୂଚନା ଅନୁସାରେ, ଷ୍ଟାର୍‍ ଇଣ୍ଡିଆ ନେଟ୍‍ୱର୍କ ସୁପର୍‍ହିରୋ ଆନିମେଟେଡ଼୍‍ ସିରିଜ୍‍ ‘ସୁପର୍‍ ଭି’ ଲଞ୍ଚ୍‍ କରିବାକୁ ଯାଉଛି। ବିରାଟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ସିରିଜ୍‍ ନିର୍ମାଣ କରାଯାଇଛି। ଏଥିରେ ୧୫ ବର୍ଷୀୟ ‘ସୁପର୍‍ ଭି’ ଦୁନିଆକୁ ବଞ୍ଚାଉଥିବା ଦେଖିବାକୁ ମିଳିବ। ଏହି ଶୋ ବିରାଟଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‍ ନଭେମ୍ବର ୫ ତାରିଖରୁ ଆରମ୍ଭ ହେବ। ଦର୍ଶକ ଏହାକୁ ଷ୍ଟାର୍‍ ପ୍ଲସ୍‍, ଷ୍ଟାର୍‍ ସ୍ପୋର୍ଟସ୍‍, ଡିଜ୍ନୀ ଚ୍ୟାନେଲ୍‍, ମାର୍ଭଲ୍‍ ଏଚ୍‍କ୍ୟୁ ଏବଂ ହଟ୍‍ଷ୍ଟାରରେ ଦେଖିପାରିବେ। ୧୫ ଭାଗ ବିଶିଷ୍ଟ ଏହି ସିରିଜ୍‍ରେ କମେଡ଼ି, ଆକ୍ସନ ଓ ଡ୍ରାମାର ତଡ଼୍‍କା ଦେଖିବାକୁ ମଳିବ। ଏହା ଏକ ସାପ୍ତାହିକ ଶୋ’ ଏବଂ ଏହାର ପ୍ରତ୍ୟେକ ଏପିସୋଡ଼୍‍ ଶେଷରେ ବିରାଟ କାହାଣୀର ଏକ ପ୍ରମୁଖ ବିଷୟର ସାରାଂଶ କହି ଦର୍ଶକଙ୍କୁ ଏକ ସନ୍ଦେଶ ଦେବେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories