www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ: ଏନଆଇଏ ଡିଜି

ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରବେଶ କରିଛନ୍ତି ବାଂଲାଦେଶୀ ଆତଙ୍କବାଦୀ। ବାଂଲା ଆତଙ୍କବାଦୀ ସଂଗଠନ ଜମାତ-ଉଲ୍‌-ମୁଜାହିଦ୍ଦିନର ସଦସ୍ୟଙ୍କ ଗତିବିଧି ଓଡ଼ିଶାରେ ବୃଦ୍ଧି ପାଇଛି ବୋଲି କହିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦୀ। ନୂଆଦିଲ୍ଲୀରେ ଚାଲିଥିବା ଏନଆଇଏ ସମ୍ମିଳନୀରେ ଡିଜି ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ବାଂଲାଦେଶ ଆତଙ୍କାବାଦୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନର ଗତିବିଧି ବୃଦ୍ଧି ପାଇଛି। ୩ଟି ରାଜ୍ୟରେ ସେମାନଙ୍କ ଉପସ୍ଥିତି ଅଧିକ ରହିଛି। ସେହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ଆସାମ ଏବଂ ଝାଡ଼ଖଣ୍ଡ। ଏହାବ୍ୟତୀତ ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳରେ ବି ସେମାନଙ୍କ ଗତିବିଧି ରହିଥିବା ଜଣାପଡ଼ିଛି। ଦେଶରେ ୧୨୫ ସନ୍ଦିଗ୍ଧଙ୍କ ସୂଚନା ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଛି ବୋଲି ଡିଜି କହିଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories