www.samajalive.in
Tuesday, December 9, 2025
16.1 C
Bhubaneswar

ଟାର୍ଗେଟରେ ରାମ ରାଜ୍ୟ ପ୍ରତିଷ୍ଠା – ବିଜେପି ଇସ୍ତାହାର ‘ହମାରେ ସ୍ୱପ୍ନ କା ହରିୟାଣା’ ଉନ୍ମୋଚିତ

ହରିୟାଣା: ଭାରତୀୟ ଜନତା ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଇସ୍ତାହାର ରବିବାର ଚଣ୍ଡୀଗଡ଼ଠାରେ ଉନ୍ମୋଚନ କରିଛି। ଏହାର ନାମ ରଖାଯାଇଛି ‘ହମାରେ ସ୍ୱପ୍ନ କା ହରିୟାଣା:୨୦୧୯ – ୨୦୨୪’। ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର୍‍, ଦଳର ହରିୟାଣା ପ୍ରଭାରୀ ନରେନ୍ଦ୍ର ସିଂହ ତୋମର୍‍, ଅନିଲ୍‍ ଜୈନ୍‍, କେନ୍ଦ୍ରମନ୍ତ୍ରୀ ରତନଲାଲ୍‍ କଟାରିଆ, ହରିୟାଣା ବି.ଜେ.ପି. ସଭାପତି ସୁଭାସ ବରଳା ଏବଂ ହରିୟାଣା ମନ୍ତ୍ରୀ ଓମ୍‍ ପ୍ରକାଶ ଧନ୍‍ଖର୍‍ ଏବଂ ଅନିଲ୍‍ ବିଜ୍‍ ପ୍ରମୁଖ ମିଳିତ ଭାବେ ଏହି ସଙ୍କଳ୍ପ ପତ୍ରକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସଙ୍କଳ୍ପ ପତ୍ର ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଓମ୍‍ ପ୍ରକାଶ ଧନ୍‍ଖର କହିଛନ୍ତି, ସମାଜର ସବୁ ବର୍ଗର ପ୍ରତିନିଧିଙ୍କ ସହ ପରାମର୍ଶକ୍ରମେ ଏହା ପ୍ରସ୍ତୁତ କରାଯାଇଛି। ଏହା ରାମରାଜ୍ୟ ପ୍ରତିଷ୍ଠା କରିବା ସହ ଲୋକଙ୍କୁ ସୁଶାସନ ଦେବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର୍‍ କହିଛନ୍ତି ଯେ କଂଗ୍ରେସ ତାର ଇସ୍ତାହାରରେ ପଞ୍ଚାୟତସ୍ତରୀୟ ପଦବୀ ପାଇଁ ଥିବା ଶିକ୍ଷାଗତ ଯୋଗ୍ୟତା ଉଛେଦ କରିବା ଯାହା ସେ ଦଳର ଚିନ୍ତାଧାରା ପ୍ରକାଶ କରୁଛି। ଦଳର କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ହରିୟାଣା ସରକାର ରାଜ୍ୟର ରାଜନୈତିକ ଭବିଷ୍ୟତ ପରିବର୍ତନ କରିବା ସହ ରାଜ୍ୟରେ ଦୁର୍ନୀତି ଲୋପ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories