www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱ ମହିଳା ବକ୍ସିଂ ଚାମ୍ପିଆନସିପ୍ : ମାରିକମ୍‍ ବ୍ରୋଞ୍ଜରେ ସନ୍ତୁଷ୍ଟ

ନୂଆଦିଲ୍ଲୀ : ଛଅଥର ଚାମ୍ପିୟନ ହୋଇଥିବା ଏମ୍‍.ସି. ମାରିକମ୍‍ ବିଶ୍ୱ ମହିଳା ବକ୍ସିଂ ଚାମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ତୁର୍କିର ବୁସେନାଜ୍‍ କାକିରୋଗଲୁଙ୍କଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକ ଜିତିଛନ୍ତି । ରୁଷ୍‍ର ଉଲାନ୍‍ ଉଦେରେ ଅନୁଷ୍ଠିତ ସେମିଫାଇନାଲରେ ସେ ତୁର୍କିର ପ୍ରତିଯୋଗୀଙ୍କଠାରୁ ୧-୪ରେ ପରାସ୍ତ ହୋଇଛନ୍ତି । ବୁସେନାଜ୍‍ କାକିରୋଗଲୁ ୟୁରୋପୀୟ ଚାମ୍ପିଆନ୍‍ସିପ୍‍ ଆଖ୍ୟା ଅର୍ଜନ କରିସାରିଛନ୍ତି ଓ ୟୁରୋପୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜେତା ରହିଛନ୍ତି। ଭାରତ ପକ୍ଷରୁ ଖେଳର ଫଳାଫଳକୁ ସମୀକ୍ଷା କରାଯିବାକୁ ଆବେଦନ କରାଯାଇଥିଲା, କିନ୍ତୁ ଆନ୍ତର୍ଜାତିକ ବକ୍ସିଂ ସଂଘର ବୈଷୟିକ କମିଟି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।

ଶନିବାର ସନ୍ଧ୍ୟାରେ ମଞ୍ଜୁରାଣୀ ଥାଇଲାଣ୍ଡର ଚୁଥାମତ୍‍ ରକ୍ସାଦ୍‍ଙ୍କୁ ୪୮ କିଲୋଗ୍ରାମ ବର୍ଗରେ ଭେଟିବେ। ସେହିପରି ଯମୁନା ଗୋରୋ ପୂର୍ବତନ ଏସୀୟ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ଚୀନ୍‍ ତାଇପେଇର ହୁଆଙ୍ଗ୍‍ ସିଆଓ ୱେନ୍‍ଙ୍କୁ ୫୪ କିଲୋଗ୍ରାମ୍‍ ବର୍ଗରେ ଭେଟିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories