www.samajalive.in
Tuesday, December 9, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀର ବିଡ଼ିସି ନିର୍ବାଚନ – ଲଢିବନି କଂଗ୍ରେସ

ଜାମ୍ମୁ: ଜାମ୍ମୁ କାଶ୍ମୀରର ୩୧୦ଟି ବ୍ଲକ ପାଇଁ ବ୍ଲକ ଡେଭଲପମେଣ୍ଟ କାଉନସିଲ ଚେୟାରପର୍ସନ ପଦବୀ ସକାଶେ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା। ଆସନ୍ତାକାଲି ପ୍ରାର୍ଥିପତ୍ରଗୁଡିକୁ ଯାଞ୍ଚ କରାଯିବ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଶୁକ୍ରବାର ରହିଛି। ଇତି ମଧ୍ୟରେ ଜାମ୍ମୁ ଓ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ଆଗାମୀ ବ୍ଲକ ଡେଭଲପମେଣ୍ଟ କାଉନସିଲ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆସନ୍ତା ୨୪ ତାରିଖରେ ଭୋଟଗ୍ରହଣ କରାଯିବ। ଜାମ୍ମୁ ଓ କାଶ୍ମୀର ପ୍ରଦେଶ କଂଗ୍ରେସ ପାର୍ଟି ମୁଖପାତ୍ର ରବୀନ୍ଦ୍ର ଶର୍ମା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅସହଯୋଗ ଓ କାଶ୍ମୀର ଉପତ୍ୟାକାର ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯିବା ବିଷୟ ଦୋଷାରୋପ କରିଛନ୍ତି। ଏଥିପାଇଁ ପାର୍ଟି ନିର୍ବାଚନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ସରକାର ଏକତରଫା ଭାବେ ବ୍ଲକ ଡେଭଲପମେଣ୍ଟ କାଉନସିଲ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ସରକାର ଏକ ଉପଯୁକ୍ତ ବାତାବରଣ ସୃଷ୍ଟି କରିବେ ଓ ଉପତ୍ୟାକାର କଂଗ୍ରେସ ନେତାମାନଙ୍କ ଉପରୁ ସମସ୍ତ କଟକଣା ପ୍ରତ୍ୟାହାର କରିନେବେ ବୋଲି ଆଶା କରି ପୂର୍ବରୁ କଂଗ୍ରେସ ପାର୍ଟି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲା।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories