କଟକ / ଭୁବନେଶ୍ୱର : କଟକ-ଭୁବନେଶ୍ୱରର ଜାତୀୟରାଜପଥ ପ୍ରତାପନଗରୀ ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସକୁ ପଛରୁ ଆଉ ଏକ ବସ ଧକ୍କା ଦେବାରୁ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨ଟି ବସ କଟକ ଅଭିମୁଖେ ଯାଉଥିବା ସମୟରେ ଗୋଟିଏ ବସକୁ ଅନ୍ୟ ଏକ ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।



