www.samajalive.in
Wednesday, December 10, 2025
23.1 C
Bhubaneswar

ଏପଟେ ପ୍ଲାଷ୍ଟିକକୁ ନା, ସେପଟେ ଜଙ୍ଗଲ କଟା; ମୁମ୍ବଇ ଆରେ କଲୋନୀରେ ବିରୋଧ, ୧୪୪ ଧାରା ଜାରି

ମୁମ୍ବଇ: ମୁମ୍ବଇର ଆରେ କଲୋନୀକୁ ଜଙ୍ଗଲ ଘୋଷଣା କରିବା ପାଇଁ ହୋଇଥିବା ସମସ୍ତ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆରେ କଲୋନୀରେ ଶୁକ୍ରବାର ବିଳମ୍ବିତ ରାତିରୁ ଗଛ କଟା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ପ୍ରଦୂଷଣ ରୋକିବାକୁ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଉଥିବାବେଳେ ଅନ୍ୟପଟେ ଜଙ୍ଗଲ କାଟି ଉନ୍ନତିକରଣ କାର୍ଯ୍ୟ କରାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ମେଟ୍ରୋ ରେଲ୍‌ ପାର୍ଶ୍ଵରେ ଥିବା ଏହି କଲୋନୀରେ ବିକ୍ଷୋଭକାରୀ ପହଞ୍ଚି ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି। ଫଳରେ ପୁଲିସ ଏବଂ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି।

ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୮୦୦ରୁ ଅଧିକ ଗଛ କାଟି ଦିଆଯାଇଛି। ଗଛ କାଟିବାକୁ ଆହୁରି ଅଧିକ ମେଶିନ ମଗାଯାଇଛି। ଅଗ୍ନିଶମ ବିଭାଗ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ଅଞ୍ଚଳର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଯାତାୟାତ ଉପରେ କଟକଣା ଲାଗୁ ହୋଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ ୧୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିନେଇଛି। ଆରେ କଲୋନୀରେ ଗଛକଟାକୁ ବହୁ ବିଶିଷ୍ଟ ବ୍ୟକ୍ତି ବିରୋଧ କରିଛନ୍ତି। ଶିବସେନା ନେତା ଆଦିତ୍ୟ ଠାକରେ ଟ୍ବିଟ କରି ବିରୋଧ କରିବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଯଦି ଏପରି ଜଙ୍ଗଲ କଟାଯାଉଛି, ତେବେ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ସଚେତନତା ସୃଷ୍ଟି କରିବାର କୌଣସି ଫାଇଦା ହେବ ନାହିଁ। ସ୍ବରାଜ ଇଣ୍ଡିଆର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ ବି ଟ୍ବିଟ୍‌ କରି ବିରୋଧ କରିଛନ୍ତି।

- Advertisement -

ସୂଚନାଯୋଗ୍ୟେ, ଆରେ କଲୋନୀରେ ୨୬୦୦ରୁ ଅଧିକ ଗଛ କାଟି ସେଠାରେ ମେଟ୍ରୋ କାର୍‌ ଶେଡ୍‌ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories