ଭଡ଼ାଘରେ ରହୁଛନ୍ତି କି? ଜାଣିନିଅନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ନିୟମ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭଡ଼ା ଘରେ ରହୁଥିବା ବ୍ୟକ୍ତିମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଘରଭଡ଼ା ଆଇନରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ନୂଆ ଆଇନକୁ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ରେଣ୍ଟ କଣ୍ଟ୍ରୋଲ ଆକ୍ଟ ୧୯୪୮ ଅନୁଯାୟୀ ଘର ମାଲିକ ଭଡ଼ାଟିଆଙ୍କ ପାଖରୁ ଭଡ଼ ଆଦାୟ କିମ୍ବା ବୃଦ୍ଧି କରୁଥିଲେ। ତେବେ ନୂଆ ନିୟମ ଅନୁଯାୟୀ ଘର ମାଲିକ ଅଯଥା ଭଡ଼ାଟିଆଙ୍କୁ ଘର ଖାଲିକରିବା କିମ୍ବା ଘର ଭଡ଼ା ବୃଦ୍ଧି ପରି କାର୍ଯ୍ୟ କରିପାରିବେ ନାହିଁ।
କେନ୍ଦ୍ରର ଏଭଳି ଆଇନକୁ ଉତ୍ତରପ୍ରଦେଶ, ବିହାର, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ ପ୍ରମୁଖ ରାଜ୍ୟରେ କେନ୍ଦ୍ରର ଏହି ନୂଆ ନିୟମ ଲାଗୁ କରି ଦିଆଯାଇଛି।
୧) ଘର ମାଲିକ ୩ମାସରର ଘରଭଡ଼ାଠାରୁ ଅଧିକ ଟଙ୍କା ଅଗ୍ରୀମ ଆକାରରେ ନେଇ ପାରିବେ ନାହିଁ। ଯଦି ୩ମାସରୁ ଅଧିକ ଟଙ୍କା ନେଉଥାନ୍ତି ତେବେ ତା’ ପାଇଁ ଘର ମାଲିକ ଭଡ଼ାଟିଆଙ୍କ ସହ ସ୍ୱତନ୍ତ୍ର ଏଗ୍ରିମେଣ୍ଟ କରିବାକୁ ପଡ଼ିବ। ଅଗ୍ରୀମ ଟଙ୍କା ଭଡ଼ାଟିଆ ଘର ଛାଡ଼ିବାର ପୂର୍ବରୁ ଘର ମାଲିକ ଫେରାଇବେ।
୨) ଘର ମାଲିକ ଘର ଭଡ଼ା ବଢାଇବା ପୂର୍ବରୁ ଭଡ଼ାଟିଆଙ୍କ ସହ ପରାମର୍ଶ କରିବାର ଆବଶ୍ୟକତା ରହିଛି। ଯଦି ଘର ମାଲିକ ଭଡ଼ା ଘରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ତାହା ଭଡ଼ାଟିଆଙ୍କ ସହମତିରେ କରିବାକୁ ପଡ଼ିବ। ଏହା ବ୍ୟତୀତ ଭଡ଼ା ଘର ମରାମତି ହେବାର ଏକମାସ ପରେ ଭଡ଼ାଟିଆଙ୍କ ଠାରୁ ବର୍ଦ୍ଧିତ ଟଙ୍କା ଆଦାୟ କରାଯିବ।
୩) ଏଗ୍ରିମେଣ୍ଟ ପୂର୍ବରୁ ଘର ମାଲିକ ଘର ଖାଲି କରି ପାରିବେ ନାହିଁ। ଘର ଖାଲି କରିବା ପୂର୍ବରୁ ଭଡ଼ାଟିଆଙ୍କୁ ଏକ ମାସ ପୂର୍ବରୁ ନୋଟିସ ଦେବାକୁ ପଡ଼ିବ। ଯଦି ଏକ ମାସ ପରେ ମଧ୍ୟ ଭଡ଼ାଟିଆ ଘର ଖାଲି ନକରନ୍ତି ତେବେ ଘର ମାଲିକ ଦ୍ୱିଗୁଣ ଭଡ଼ା ଆଦାୟ କରିପାରିବେ।
୪) ସେହିପରି ଭଡ଼ାଟିଆ ମଧ୍ୟ ଘର ଛାଡ଼ିବା ପୂର୍ବରୁ ଏକ ମାସ ପୂର୍ବେ ଘର ମାଲିକଙ୍କୁ ନୋଟିସ ଦେବାକୁ ଆଇନରେ ଦର୍ଶାଯାଇଛି।

Leave A Reply