www.samajalive.in
Monday, December 8, 2025
14.1 C
Bhubaneswar

କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବା ଉଚିତ୍‍ ନୁହେଁ – ମୋଦୀ

ନୂଆଦିଲ୍ଲୀ: ଆୟୁଷ୍ମାନ୍‍ ଭାରତ ଯୋଜନାକୁ ନୂଆ ଭାରତର ବିଭିନ୍ନ ବୈପ୍ଳବିକ ପଦକ୍ଷେପରୁ ଗୋଟିଏ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର କୌଣସି ବ୍ୟକ୍ତି ଆଧୁନିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବା ଉଚିତ୍‍ ନୁହେଁ। ସେ କହିଛନ୍ତି, ଏହି ଯୋଜନା କେବଳ ସାଧାରଣ ଲୋକଙ୍କର ଜୀବନରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁନାହିଁ ବରଂ ଦେଶର ୧୩୦କୋଟି ଜନସାଧାରଣଙ୍କର ଶକ୍ତି ଓ ସାମୁହିକ ଅଙ୍ଗିକାର ବଦ୍ଧତାର ପରିଚୟ ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ନୂଆଦିଲ୍ଲୀରେ ଆୟୁଷ୍ମାନ୍‍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମର ଉଦ୍‍ଯାପନୀ ଉତ୍ସବରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବର୍ଷକ ମଧ୍ୟରେ ନିଜ ରାଜ୍ୟ ଛାଡ଼ି ଦେଶର ଅନ୍ୟ ସ୍ଥାନରେ ରହୁଥିବା ପ୍ରାୟ ୫୦ହଜାର ହିତାଧିକାରୀ ଏହି ଯୋଜନାର ସୁଫଳ ଲାଭ କରିପାରିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଅଧୀନରେ ଚିକିତ୍ସା ସୁବିଧା ଯୋଗାଉଥିବା ମୋଟ୍‍ ୧୮ହଜାର ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୧୦ହଜାର ହେଉଛି ଘରୋଇ ହସ୍ପିଟାଲ୍‍। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ୍ମାନ୍‍ ଭାରତ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ୍‍ ଭାରତ ଷ୍ଟାର୍ଟ୍‍ ଅଫ୍‍ ଗ୍ରାଣ୍ଡ୍‍ ଚ୍ୟାଲେଞ୍ଜ ନାମକ ନୂଆ ମୋବାଇଲ୍‍ ଆପ୍‍ର ଶୁଭାରମ୍ଭ କରିଛନ୍ତି। ସେ ମଧ୍ୟ ଏକ ସ୍ମାରକୀ ଡାକଟିକେଟ୍‍କୁ ଉନ୍ମୋଚନ କରିବା ସହିତ ଆୟୁଷ୍ମାନ୍‍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର କିଛି ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହିତ ସମ୍ପୃକ୍ତ ସମସ୍ତ ପ୍ରମୁଖ ପକ୍ଷଙ୍କୁ ଏକ ମଞ୍ଚ ପ୍ରଦାନ କରି ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ସମ୍ମୁଖୀନ ହେବାକୁ ପଡ଼ୁଥିବା ବିଭିନ୍ନ ଆହ୍ୱାନର ମୁକାବିଲା ଦିଗରେ ବିଚାର ବିମର୍ଷ କରିବା ଏହି ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories