ଏହା ମୋ ଶେଷ ନିର୍ବାଚନ : ସିଦ୍ଧରମୈୟା

0

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେବାର ସୂଚନା ଦେଇଛନ୍ତି। ଚଳିତ ନିର୍ବାଚନରେ ଦୁଇଟି ନିର୍ବାଚନ ମଣ୍ଡଳୀ ଚାମୁଣ୍ଡେଶ୍ୱରୀ ଓ ବାଦାମିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସିଦ୍ଧରମୈୟା ରବିବାର କହିଛନ୍ତି ଯେ ଏହା ତାଙ୍କ ଜୀବନର ଶେଷ ନିର୍ବାଚନ। କେବଳ ସେତିକି ନୁହେଁ; ଚଳିତ ଥର ଯଦି କଂଗ୍ରେସ ସରକାର ଗଢ଼େ ଏବଂ ଦଳୀୟ କର୍ତ୍ତୃପକ୍ଷ ଯଦି ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଧିସିକ୍ତ କରାନ୍ତି ତେବେ ସେଥିରେ ତାଙ୍କର କୌଣସି ପ୍ରତିବାଦ ନାହିଁ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନ ଶେଷ ହେବାର ଦିନକ ପରେ ଚାମୁଣ୍ଡେଶ୍ୱରୀ ବିଧାନସଭା କ୍ଷେତ୍ର ଗସ୍ତରେ ଯାଇ ଏଭଳି ସୂଚନା ଦେଇଛନ୍ତି। କଂଗ୍ରେସ ନିଶ୍ଚୟ ସରକାର ଗଠନ କରିବ ଏବଂ ଏଥିପାଇଁ କାହାରି ସହଯୋଗ ଆବଶ୍ୟକ ପଡ଼ିବ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

Leave A Reply