www.samajalive.in
Friday, December 12, 2025
27.1 C
Bhubaneswar

ଇଣ୍ଡିଜ ବିପକ୍ଷ ସିରିଜ୍‌ ନିମନ୍ତେ ଭାରତୀୟ ମହିଳା ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ଆସନ୍ତା ନଭେମ୍ବରରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ୩ଟି ଦିନିକିଆ ଓ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଏହି ଗସ୍ତ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଦଳର ଅଧିନାୟିକା ଭାବେ ମିତାଲି ରାଜ୍‌ ଓ ଟ୍ବେଣ୍ଟି୨୦ ଦଳର ଅଧିନାୟିକା ଭାବେ ହରମନ୍‌ପ୍ରୀତ କୌରଙ୍କୁ ନିଯୁକ୍ତ କରାଯାଇଛି। ଦିନିକିଆ ଦଳରେ ନୂଆ ମୁହଁ ଭାବେ ସୁଷମା ବର୍ମାଙ୍କୁ ସାମିଲ କରାଯାଇଛି। ଦୁଇ ଦେଶ ମଧ୍ୟରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନଭେମ୍ବର ୧ରେ ଆଣ୍ଟିଗ୍ବାରେ ଖେଳାଯିବ। ଅନ୍ୟପକ୍ଷରେ ପ୍ରଥମ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ସେଣ୍ଟ ଲୁସିଆରେ ଖେଳାଯିବାକୁ ଥିବା ବେଳେ ଶେଷ ୩ଟି ମ୍ୟାଚ୍‌ ଗାଏନାରେ ଖେଳାଯିବ।

ଦିନିକିଆ ଦଳ: ମିତାଲି ରାଜ୍‌ (ଅଧିନାୟିକା), ହରମନ୍‌ପ୍ରୀତ କୌର୍‌ (ଉପ-ଅଧିନାୟିକା), ସ୍ମୃତି ମାନ୍ଧାନା, ଜେମିମା ରୋଡ୍ରିଗେଜ୍‌, ଦିପ୍ତୀ ଶର୍ମା, ପୁନମ ରାଉତ, ଡି ହେମଲତା, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ମାନଷୀ ଯୋଶୀ, ପୁନମ ଯାଦବ, ଏକତା ବିସ୍ତ୍‌, ରାଜେଶ୍ବରୀ ଗାଏକ୍ବାଡ୍‌, ତାନିଆ ଭାଟିଆ (ୱିକେଟ ରକ୍ଷକ), ପ୍ରିୟା ପୁନିଆ ଓ ସୁଷମା ବର୍ମା

- Advertisement -

ଟ୍ବେଣ୍ଟି୨୦ ଦଳ: ହରମନ୍‌ପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପ-ଅଧିନାୟିକା), ଜେମିମା ରୋଡ୍ରିଗେଜ୍‌, ଶେଫାଳୀ ବର୍ମା, ହାର୍ଲେନ୍‌ ଦିଓଲ୍‌, ଦିପ୍ତୀ ଶର୍ମା, ତାନିଆ ଭାଟିଆ (ୱିକେଟ ରକ୍ଷକ), ପୁନମ ଯାଦବ, ରାଧା ଯାଦବ, ବେଦା କ୍ରିଷ୍ଣମୂର୍ତ୍ତି, ଅନୁଜା ପାଟିଲ୍‌, ଶିଖା ପାଣ୍ଡେ, ପୂଜା ଭାଷ୍ଟ୍ରାକର, ମାନଷୀ ଯୋଶୀ ଓ ଅରୁଦ୍ଧତୀ ରେଡ୍‌ଡ଼ି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories