www.samajalive.in
Friday, December 12, 2025
27.1 C
Bhubaneswar

ରାଜ୍ୟସ୍ତରୀୟ ସମାଜ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଫଳାଫଳ

କଟକ: ‘ସମାଜ’ର ୧୦୦ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ସେପ୍ଟେମ୍ବର ୧୫ରେ ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତାର ଫଳାଫଳ ଶନିବାର ପ୍ରକାଶ ପାଇଛି। ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ‘ଚିତ୍ରାଙ୍କନ’ ଏବଂ ବରିଷ୍ଠ ବିଭାଗ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର ରାଜ୍ୟସ୍ତରୀୟ ଫଳାଫଳ ଘୋଷଣା କରାଯାଇଛି। ଆସନ୍ତା ୪ତାରିଖରେ ହେବାକୁ ଥିବା ‘ସମାଜ’ର ୧୦୦ତମ ପୂର୍ତ୍ତି ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।

ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ ଦେବଗଡ ଜିଲା ଦନରା ପଞ୍ଚାୟତ ସମିତି ନୋଡାଲ ଉଚ୍ଚବିଦ୍ୟାଳୟର କାବ୍ୟାଶ୍ରୀ ଦଳବେହେରା ପ୍ରଥମ, ସମ୍ବଲପୁର ବୁଢାରାଜା ସରକାରୀ ଉଚ୍ଚବିଦ୍ୟାଳୟର ଶ୍ରେୟା ନନ୍ଦ ଦ୍ୱିତୀୟ ଓ କଟକ ଜିଲା ବ୍ରାହ୍ମଣ ସାଇଲୋ ସରକାରୀ ଉଚ୍ଚବିଦ୍ୟାଳୟର ଖୁସି ଆଚାର୍ୟ୍ୟ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାର କନିଷ୍ଠ ବିଭାଗରେ କଟକ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ରଚନା ମହାପାତ୍ର ପ୍ରଥମ, ଅନୁଗୋଳ ଅମରବାଣୀ କନଭେଣ୍ଟ ସ୍କୁଲର ସ୍ୱପ୍ନିଲ ପ୍ରଧାନ ଦ୍ୱିତୀୟ ଓ କେନ୍ଦ୍ରାପଡା ସେଣ୍ଟ ଯୋଶେଫ ସ୍କୁଲର ଅନୁଷ୍କା ବେହେରା ତୃତୀୟ ହୋଇଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ବରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନନ୍ଦିନୀ ସାହୁ ପ୍ରଥମ, ରାଉରକେଲା ଗାୟତ୍ରୀ ପବ୍ଲିକ ସ୍କୁଲର ସ୍ନେହାଶ୍ରୁତି ମହାନ୍ତି ଦ୍ୱିତୀୟ ଓ ଭୁବନେଶ୍ୱର କଳିଙ୍ଗନଗର ଡିଏଭି ସ୍କୁଲର ପାୟୋସ୍ନି ମିଶ୍ର ତୃତୀୟ ସ୍ଥାନ ହାସଲ କରିଛନ୍ତି।

- Advertisement -

ସେପ୍ଟେମ୍ବର ୧୫ରେ ରାଜ୍ୟର ୩୨୬ଟି କେନ୍ଦ୍ରରେ କନିଷ୍ଠ ଏବଂ ବରିଷ୍ଠ ବିଭାଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ୮ମରୁ ୧୦ମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତି କେନ୍ଦ୍ରରେ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଚିତ୍ରଗୁଡିକର ମୂଲ୍ୟାୟନ କରାଯାଇ ଉଭୟ ବିଭାଗର ୩ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ସହିତ ୭ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ବ୍ଲକସ୍ତରରେ ଶ୍ରେଷ୍ଠ ୩ଟି ପ୍ରବନ୍ଧ ଏବଂ ବରିଷ୍ଠ ଓ କନିଷ୍ଠ ବିଭାଗର ୩ଟି ଲେଖାଏଁ ଚିତ୍ର ଜିଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲା। ଜିଲାସ୍ତରରେ ଶ୍ରେଷ୍ଠ ୩ଟି ଲେଖାଏଁ ପ୍ରବନ୍ଧ, କନିଷ୍ଠ ଓ ବରିଷ୍ଠ ବିଭାଗରେ ୩ଟି ଲେଖାଏଁ ଚିତ୍ର ରାଜ୍ୟସ୍ତରୀୟ ପ୍ରତିଯୋଗିତା ସକାଶେ ମନୋନୀତ ହୋଇଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories