www.samajalive.in
Saturday, December 6, 2025
16.1 C
Bhubaneswar

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା, ଖୋଲିଲା ହୀରାକୁଦର ୧୦ଟି ଗେଟ୍‍ 

ଭୁବନେଶ୍ୱର / ସମ୍ବଲପୁର : ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାରେ ବହୁ ସ୍ଥାନରେ ବର୍ଷା ଲାଗି ରହିଛି। ପଶ୍ଚିମ, ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଲାଗି ରହିଥିବା ଜଣାପଡ଼ିଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହ ସକାଳ ୭ଟା ସୁଦ୍ଧା ୧୦ଟି ଗେଟ୍‍ ଦେଇ ଜଳ ନିଷ୍କାସନ ହେଉଛି। ଶନିବାର ସକାଳ ସମୟରେ ହୀରାକୁଦ ଭଣ୍ଡାରର ଜଳସ୍ତର ୬୩୦ ଫୁଟ ରହିଥିଲା। ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ଯଦି ଆଗକୁ ଆହୁରି ବର୍ଷା ଲାଗି ରହେ ତେବେ ଅଧିକ ଗେଟ୍‍ ଖୋଲାଯିବ ବୋଲି ଡ଼୍ୟାମ କର୍ତ୍ତୁପକ୍ଷ କହିଥିବା ସୂଚନା ମିଳିଛି।

 

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories